୨୦ ଶିକ୍ଷାନୁଷ୍ଠାନ କୁ ଜମି ପଟ୍ଟା ପ୍ରଦାନ କଲେ ରାଜସ୍ବ ମନ୍ତ୍ରୀ।ଶତାଧିକ ବର୍ଷର ଜିଲ୍ଲା ସ୍କୁଲ ପଟ୍ଟା ପାଇ ଖୁସି ବ୍ୟକ୍ତ କଲେ।
ପୁରୀ ୨୮/୧ ପୁରୀ ଜିଲ୍ଲା ସ୍କୁଲ ର ପ୍ରତିଷ୍ଠା ୧୮୫୩ ମସିହାରେ।ପ୍ରାୟ ୧୭୫ ବର୍ଷ ର ଶିକ୍ଷାନୁଷ୍ଠାନ।ବିଶ୍ବମ୍ଭର ବିଦ୍ୟା ପୀଠ ସ୍ଥାପିତ ୧୯୪୫ ମସିହାରେ।ଏହି ଶିକ୍ଷାନୁଷ୍ଠାନ ମାନେ ଇତି ମଧ୍ୟରେ ଲକ୍ଷାଧିକ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ର ଆଲୋକ ରେ କେବଳ ଉଦଭାସିତ କରି ନାହିଁ, ବରଂ ଉନ୍ନତ ସମାଜ ଗଠନରେ ସେହି ସୁଯୋଗ୍ଯ ଛାତ୍ରଛାତ୍ରୀ ଙ୍କ ଅବଦାନ ସ୍ମରଣଯୋଗ୍ୟ ହୋଇଛି।ହେଲେ ବିଦ୍ୟାଳୟ ପ୍ରତିଷ୍ଠା ର ଦୀର୍ଘ ବର୍ଷ ପରେ ମଧ୍ୟ ସେମାନେ ପାଇ ପାରି ନ ଥିଲେ ନିଜସ୍ଵ ଜମି ପଟ୍ଟା।ଚଳିତ ୭୭ ତମ ସାଧାରଣତନ୍ତ୍ର ଦିବସ କିନ୍ତୁ ସେମାନଙ୍କ ପାଇଁ ଥିଲା ସବୁ ବର୍ଷ ଠାରୁ ନିଆରା ଓ ମଧୁର।ସେଦିନ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଜିଲ୍ଲା ସ୍କୁଲ,ବିଶ୍ବମ୍ଭର ବିଦ୍ୟା ପୀଠ ସହ ମୋଟ ୨୦ ଗୋଟି ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଅଭିଭାବକ ଗର୍ବ ଅନୁଭବ କରିଥିଲେ।ସେମାନଙ୍କ ମୁହଁର ହସରେ ଥିଲା ସରକାର,ପଟ୍ଟା ପ୍ରଦାନ କରିଥିବା ରାଜସ୍ବ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ କୁ କୃତଜ୍ଞତାର ସ୍ବାକ୍ଷର।ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ଭବନ ଠାରେବସୁନ୍ଧରା ଯୋଜନା ରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ୧୪ ଜଣ ଭୂମି ହୀନ ବ୍ୟକ୍ତି ବିଶେଷ ଙ୍କୁ ଓ ୨୦ ଗୋଟି ଶିକ୍ଷାନୁଷ୍ଠାନ କୁ ପଟ୍ଟା ବଣ୍ଟନ କରିଥିଲେ।ଜମି ପଟ୍ଟା ପାଇ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ବ୍ୟକ୍ତ କରିଥିଲେ।

ପୁରୀ ତହସିଲ ଅଧିନ ଅଠରଭାଗ ପ୍ରାଥମିକ ବିଦ୍ୟାଳୟ, କାଳିକା ନୂଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଜୟ ରାମଚନ୍ଦ୍ର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡିହସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ,ପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, କରଡି ପ୍ରାଥମିକ ବିଦ୍ୟାଳୟ,ଢୋଲ ବୀରଞ୍ଚିଦାଶପୁର ପ୍ରାଥମିକ ବିଦ୍ୟାଳୟ, ଅନ୍ତିକେରା ପ୍ରାଥମିକ ବିଦ୍ୟାଳୟ,ଆରିହଁ ପ୍ରାଥମିକ ବିଦ୍ୟାଳୟ,ବିଶ୍ବମ୍ଭର ବିଦ୍ୟାପୀଠ,ପୁରୀ ଜିଲ୍ଲା ସ୍କୁଲ, ରାମଚଣ୍ଡୀ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ହରିହର ସଂସ୍କୃତ ବିଦ୍ୟାଳୟ,ସତ୍ୟବାଦୀ ତହସିଲର ଶ୍ରୀରାମଚନ୍ଦ୍ରପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉତ୍ତନସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ,ବଳପୁର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ, ରାୟଚକ୍ରଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟ, ବିରାମଚନ୍ଦ୍ରପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ,ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଅଳଗୁମ ଓ ବ୍ରହ୍ମଗିରି ତହସିଲର ଅରଖକୁଦା ପଞ୍ଚାୟତ ପଞ୍ଚାୟତ ହରିଜନ ଉଚ୍ଚ ବିଦ୍ୟାଳୟ କୁ ମନ୍ତ୍ରୀ ଶ୍ରୀ ପୂଜାରୀ ଜମି ପଟ୍ଟା ବଣ୍ଟନ କରିଥିଲେ।ଜମି ପଟ୍ଟା ପାଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ପୁରାତନ ଛାତ୍ରଛାତ୍ରୀ ଆନନ୍ଦରେ ବିମୋହିତ ହୋଇ ପଡିଥିଲେ।ପୁରାତନ ବିଦ୍ୟାଳୟ ଜିଲ୍ଲା ସ୍କୁଲର ଶିକ୍ଷକ ବିଦ୍ୟାଧର ମିଶ୍ର ସମସ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ଏହି ପଟ୍ଟା ପାଇଁ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଙ୍କୁ, ସରକାର ଙ୍କୁ ଓ ପ୍ରଶାସନକୁ ଭୁରି ଭୁରି ପ୍ରଶଂସା କରିଥିଲେ।ଏତେ ପୁରାତନ ଶିକ୍ଷାନୁଷ୍ଠାନ ଏ ପର୍ଯ୍ୟନ୍ତ ନିଜସ୍ୱ ଜମି ପଟ୍ଟା ପାଇ ନ ଥିବା ଜାଣି ମନ୍ତ୍ରୀ ଶ୍ରୀ ପୂଜାରୀ ବିସ୍ମୟ ପ୍ରକାଶ କରିବା ସହ ଅନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି ବୋଲି କହିଥିଲେ।କାର୍ଯ୍ୟକ୍ରମ ରେ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା,ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।
