ଜିଲ୍ଲାପାଳ ଙ୍କ ସଦଭାବନା ସଭାଗୃହ ଠାରେ ଜଳ ଜୀବନ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ବୈଠକ।

ଫୁଲବାଣୀ:ନିପ୍ର:-୦୫/୦୬ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ ଭାବନା ସଭା ଗୃହରେ ଜଳ ଜୀବନ ମିଶନ ଅଧୀନରେ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ନିର୍ଦ୍ଦେଶକ, ଭୂବିଜ୍ଞାନ ମନ୍ତ୍ରଣାଳୟ, ଭାରତ ସରକାର ଶ୍ରୀ କେଶବ କୁମାର ଜିଲ୍ଲାରେ ଚାଲିଥିବା ମେଘା ପାଇପ ଜଳଯୋଗାଣ ପ୍ରକଳ୍ପ ଓ ଜଳ ଜୀବନ ମିଶନ ଅଧୀନରେ ବିଭିନ୍ନ ପ୍ରକଳ୍ପ ଉପରେ ଅଧିକାରୀ ଓ ଏଜେନ୍ସିମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ବିଳମ୍ବ ଚାଳୁଥିବା ପ୍ରକଳ୍ପ ଗୁଡ଼ିକୁ ଶିଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଏହି ବୈଠକରେ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅମ୍ରିତ୍ ଋତୁରାଜ୍, ଡିଭିଜନାଲ ଫରେଷ୍ଟ ଅଫିସର, ଫୁଲବାଣୀ ଶ୍ରୀ ପ୍ରଶାନ୍ତ ପଟେଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ,ଟି.ଓ, ଜଳ ଜୀବନ ମିଶନ ଶ୍ରୀ ଏମ୍. ମାଦେଶ୍ୱରନ୍ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ତୁଡ଼ିପାଜୁ ଓ ଦଡ଼କି ପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *