ପରାମର୍ଶ ସମିତିର ସମୀକ୍ଷା ବୈଠକ
ଜିଲ୍ଲାପାଳ ତଥା ଜିଲ୍ଲା ଉପଯୁକ୍ତ ପ୍ରାଧିକାରୀ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗର୍ଭ ଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଗଲା । ଏହି ବୈଠକର ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରଗୁଡ଼ିକର ମାନ୍ୟତା, କାର୍ଯ୍ୟନିଷ୍ପାଦ ଏବଂ ବ୍ୟବସ୍ଥାପନ ବିଷୟରେ ବିଶ୍ଳେଷଣ କରାଯାଇଥିଲା । ନିରୀକ୍ଷଣ ରିପୋର୍ଟ ଅନୁସାରେ ଲାଇଫ କେୟାର ଡାଇଗ୍ନୋଷ୍ଟିକ୍ ନାମରେ ଏକ ଆବେଦନକୁ ଅନୁମୋଦନ ସର୍ତ୍ତମୂଳକ ଭାବେ ଅନୁମୋଦନ କରାଯାଇଥିଲା । ସମାଜସେବୀ ଅରୁଣ କୁମାର ମହାନ୍ତିଙ୍କ ପ୍ରସ୍ତାବ ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଦିନେଶ କୁମାର ଖଟୁଆଙ୍କୁ ଅତି କମରେ ଗୋଟିଏ ଦିନ ସରକାରୀ ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡସେବା ଯୋଗାଇ ଦେବାପାଇଁ ସୁନିଶ୍ଚିତ କରାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ପଦକ୍ଷେପ ନେବେବୋଲି ସୂଚନା ପ୍ରଦାନ କରିଥିଲେ । ପଞ୍ଜୀକୃତ ଅଲଟ୍ରାସାଉଣ୍ଡ ସେଣ୍ଟର ଅଥବା କ୍ଲିନିକଗୁଡିକରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମ୍ପର୍କିତ ପ୍ରମାଣପତ୍ର ଓ କାର୍ଯ୍ୟଦକ୍ଷତାଗୁଡ଼ିକୁ ତହସିଲଦାରମାନଙ୍କ ନେତୃତ୍ଵରେ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚପ୍ରକ୍ରିୟା ସଠିକ ଢଙ୍ଗରେ ଚାଲୁ ରଖିବାକୁ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଦାୟିତ୍ୱ ନେଇଥିଲେ । କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ଗୋଷ୍ଠୀ ଚିକିତ୍ସା ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷାକାରୀ ପ୍ରତି ମାସରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ କିପରି ସମାନତା ସ୍ତରକୁ ଆସିବା ଏଥିପ୍ରତି ଦୃଷ୍ଠି ଦେବାକୁ ତାଗିଦ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସୁଭାଷ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଅଚାର୍ଯ୍ୟ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ।*ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ*ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଗଲା । ଏଥିରେ ପ୍ରଜନନ, ପ୍ରସବ କାଳୀନ ମାତୃ ଓ ନବଜାତ ଶିଶୁ ଯତ୍ନ, କିଶୋର ସ୍ୱାସ୍ଥ୍ୟ ଏବଂ ପୋଷଣ କିପରି ମାତୃ ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ପ୍ରମୁଖ ଭାବେ ପ୍ରଭାବିତ କରିଥାଏ ସେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମଗୁଡିକର ଜିଲ୍ଲା ସ୍ୱାସ୍ଥ୍ୟ ସୂଚକାଙ୍କ ଆକଳନ ଆଧାରରେ ବର୍ଷ ଆରମ୍ଭରୁ ସମସ୍ୟାଗୁଡିକୁ ଚିହ୍ନଟ କରି ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବାକୁ ନିର୍ଦେଶ ଦେଇଥିଲେ । ଏହି ସଭାରେ ବିଭିନ୍ନ ଗୁଣାତ୍ମକ ନିଶ୍ଚିତତା କାର୍ଯ୍ୟକଳାପ ଏବଂ ଏହାର ଅଗ୍ରଗତି ଉପରେ ବିଶ୍ଳେଷଣ କରିଥିଲେ । ବିଭିନ୍ନ ଗୁଣବତ୍ତାମାନର ସ୍ତର, ପରିଷ୍କାର ପରିଚ୍ଛନ୍ନତା, ସବୁଜ ସୁନ୍ଦର ଡାକ୍ତରଖାନାର ଆବଶ୍ୟକତା ସହିତ ଡାକ୍ତରଖାନାର ସୀମା ବାହାରେ ଗୋଷ୍ଠୀ ସହଯୋଗିତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ନ ଦେବା କାରଣରୁ ଦଶପଲ୍ଲା ବ୍ଲକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ତାଗିଦ କରିଥିଲେ । ଡାକ୍ତରଖାନାର ବର୍ଜ୍ୟବସ୍ତୁର ସଠିକ ପରିଚାଳନା, ଚିକିତ୍ସାଜନିତ ସଂକ୍ରମଣକୁ ରୋକିବାପାଇଁ ଆବଶ୍ୟକ ପଦକ୍ଷେପ ନେଲେ ଯାଇ ଗୁଣାବତ୍ତା ମୂଲ୍ୟାଙ୍କନରେ ସଫଳତା ପାଇ ପାରିବା ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ବୁଝାଇ ଥିଲେ । ପୁନଶ୍ଚ ଅଂଶୁଘାତ ମୃତ୍ୟୁର କାରଣ ବିଷୟରେ ଆଲୋଚନା କରିବା ସମୟରେ ପୋଷ୍ଟ-ମୋର୍ଟମ୍ ରିପୋର୍ଟରେ ସଠିକ ଓ ମୂଲ୍ୟବାନ ସୂଚନା ପ୍ରଦାନ କରିବା ମୃତ୍ୟୁର କାରଣ ପ୍ରତିଷ୍ଠା କରିବାରେ କେବଳ ଏହା ନିଶ୍ଚିତ ନୁହେଁ କିନ୍ତୁ କ୍ଲିନିକାଲ୍ ଅନୁସନ୍ଧାନ, ଅଞ୍ଚଳରେ ସାମ୍ପ୍ରତିକ ଉତ୍ତାପ ପରିସ୍ଥିତି ଏବଂ ଫଳାଫଳ ବିଷୟକୁ ଆଖି ଆଗରେ ରଖି ମୃତ୍ୟୁର କାରଣ ନିର୍ଣ୍ଣୟ କରାଜିବା ଉଚିତ ବୋଲି ମତପ୍ରଦାନ କରାଯାଇଥିଲା । ଏହି ବୈଠକରେ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ, ଗୋଷ୍ଠୀ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
