କୋରେଇରେ ବ୍ୟାପକ ବୃକ୍ଷରୋପଣ ସଂପର୍କରେ ସମୀକ୍ଷା ବୈଠକ
ବ୍ୟାସନଗର, ୦୫/୦୬: କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ବ୍ୟାସନଗର ସ୍ଥିତ କାର୍ଯ୍ୟାଳୟରେ ତା ୦୪/୦୫ରିଖ ମଧ୍ୟାହ୍ନ ୧୨ ଘଟିକା ସମୟରେ ଯାଜପୁର ରୋଡ ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବନବିଭାଗ ଦ୍ୱାରା ବର୍ତମାନ କାର୍ଯ୍ୟକ୍ଷମ ହେଉଥିବା ସମସ୍ତ ପ୍ରକଳ୍ପ, ଚଳିତ ବର୍ଷା ଋତୁରେ କୋରେଇ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ବୃକ୍ଷରୋପଣ କରାଯିବାକୁ ସ୍ଥିର ହୋଇଥିବା ପ୍ରକଳ୍ପ ଗୁଡିକର ବିସ୍ତୃତ ଆଲୋଚନା କରାଯାଇଥିଲା ।

ବିଶ୍ୱ ପରିବେଶ ଦିବସରେ ପରିବେଶ ତଥା ପୃଥିବୀର ସୁରକ୍ଷା ପାଇଁ ଏଭଳି ଏକ ସକରାତ୍ମକ ଆଲୋଚନା କରାଯାଇଥିଲା । ଚଳିତ ବର୍ଷା ଋତୁରେ ବ୍ୟାପକରୁ ବ୍ୟାପକ ବୃକ୍ଷରୋପଣ କରାଯିବ । ଘରେ ଘରେ ଫଳଗଛ ବଂଟନ କରାଯିବ । “ମା’ ପାଇଁ ଗଛଟିଏ” ଏବଂ “ମିଶନ୍ ସବୁଜ କୋରେଇ” କାର୍ଯ୍ୟକ୍ରମ ମାଧ୍ୟମରେ କୋରେଇ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ବୃକ୍ଷରୋପଣ ଓ ବଂଟନ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ଏହି ସମୀକ୍ଷା ବୈଠକରେ ଯାଜପୁର ରୋଡ ବନବିଭାଗର ବନାଂଚଳ ଅଧିକାରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ବନବିଭାଗର ବନପାଳ, ନୀଳିମା ପ୍ରିୟଦର୍ଶିନୀ ନାୟକ, ପଚ୍ଛିକୋଟ ରାଜସ୍ୱ ନିରୀକ୍ଷକ ଶ୍ରୀ ସୁଧୀର ରଞ୍ଜନ ମଲ୍ଲିକ, ବରିଷ୍ଠ ବିଜେପି ନେତା ପ୍ରକାଶ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।
