ଓଡ଼ିଶାରେ “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ

ଓଡ଼ିଶାରେ “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ )ର କାର୍ଯ୍ୟକାରିତାର ସମୀକ୍ଷା ବୈଠକ ଅଧ୍ୟକ୍ଷତା କଲେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା କେ ରାହତକର-ବୈଠକରେ ଯୋଗ ଦେଲେ ରାଜ୍ୟସରକାରଙ୍କ ସମସ୍ତ ବିଭାଗର ନୋଡାଲ ଅଧିକାରୀ ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ଅନ୍ତଃ ସମିତି ଓ ପ୍ରତି ଜିଲ୍ଲାରେ ଆଞ୍ଚଳିକ ସମିତି ଉପରେ ଗୁରୁତ୍ଵ -ପୋଶ ଆଇନ – ଅନ୍ୟାୟ ବିରୁଦ୍ଧ , ପୁରୁଷ ବିରୁଦ୍ଧ ନୁହେଁ : ଶ୍ରୀମତୀ ରାହତକର ଭୁବନେଶ୍ଵର, ତା ୧୨/୦୨/୨୦୨୫ରିଖ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା ରାହତକରଙ୍କ ଦି ଦିନିଆ ଗସ୍ତ କାଳରେ ଆଜି ମହିଳା ଓ ଶିଶୁ ବିକାଶ ଏବଂ ଜାତୀୟ ମହିଳା ଆୟୋଗ ର ସହଭାଗିତାରେ ରାଜ୍ୟରେ “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ)ର କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି

ଏହି ବୈଠକରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା କେ ରାହତକର ଅଧ୍ୟକ୍ଷତା କରି କହିଲେ ଯେ ଆଜିର ଯୁଗରେ ସମାଜରେ ମହିଳାମାନଙ୍କ ଭୂମିକା ଓ କର୍ତ୍ତବ୍ୟରେ ବହୁ ପରିବର୍ତ୍ତନ ଆସିଛି । ଆଜିର କର୍ମଜୀବୀ ମହିଳା ନିଜ ଘର ଓ କାର୍ଯ୍ୟକୁ ଅତି ନିଖୁଣ ଭାବରେ ପରିଚାଳନା କରିପାରୁଛନ୍ତି । ଏହି ପରିପ୍ରେକ୍ଷିରେ ସେମାନଙ୍କୁ ଏକ ସୁରକ୍ଷିତ ଓ ସମ୍ମାନିତ କାର୍ଯ୍ୟକ୍ଷେତ୍ର ପ୍ରଦାନ କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ଵ ହେବା ଉଚିତ । “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ ) ର ସଠିକ କାର୍ଯ୍ୟକାରିତା ଓ ଏହି ଆଇନ ସମ୍ବନ୍ଧରେ ଦୃଢ ଜନସଚେତନତା ସୃଷ୍ଟି କରିପାରିଲେ ହିଁ ଆମେ କାର୍ଯ୍ୟକ୍ଷେତ୍ରରେ ଘଟୁଥିବା ଯୌନ ଉତ୍ପୀଡନକୁ ଦମନ କରିପାରିବା ବୋଲି ଦୃଢୋକ୍ତି ରଖିଛନ୍ତି । ରାଜ୍ୟର ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ଅନ୍ତଃ ସମିତି ଓ ପ୍ରତ୍ୟେକ ଜିଲ୍ଲାରେ ଆଞ୍ଚଳିକ ସମିତିର ଗଠନ ଉପରେ ସେ ଗୁରୁତ୍ଵାରୋପ କରିଛନ୍ତି ।ସମିତିର ସଦସ୍ୟା ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ପ୍ରତି ଜିଲ୍ଲାର ସର୍ବସାଧାରଣ ସ୍ଥାନରେ ଏହି ଆଇନ ସମ୍ପର୍କରେ ବିଜ୍ଞାପନ ଓ ହୋର୍ଡିଂ ଜରିଆରେ ଲୋକମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଏହି ଆଇନ ଅନ୍ୟାୟ ବିରୁଦ୍ଧ, ପୁରୁଷ ବିରୁଦ୍ଧ ନୁହେଁ ଏବଂ ଏହି ଆଇନ ହିସାବରେ ଦୋଷୀ କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ସେ ଦୃଢ ମତ ରଖିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ଓଡ଼ିଶାରେ “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ )ର ସ୍ଥିତି ବିଷୟରେ ବିଶଦ ଉପସ୍ଥାପନ କରିଥିଲେ । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ପୋଲିସ ଆଇଜି ଏସ.ସାଇନିଙ୍କ ସହ ବିଭାଗୀୟ ନିର୍ଦ୍ଦେଶକ ସୁଶ୍ରୀ ମୋନିଷା ବାନାର୍ଜୀ ଓ ବିଭାଗର ଉଚ୍ଚପଦସ୍ଥ ଅଧିକାରୀବୃନ୍ଦ ମାନେ ଉପସ୍ଥିତ ଥିଲେ । ରାଜ୍ୟସରକାରଙ୍କ ସମସ୍ତ ବିଭାଗର ନୋଡାଲ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ । ତନୁଜା ମହାନ୍ତି ଲୋକ ସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *