ବିଜେଡି ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ସମୀକ୍ଷା
ଭୁବନେଶ୍ୱର, ଆଜି ଗୀତଗୋବିନ୍ଦ ସଦନରେ ଶ୍ରମ କର୍ମଚାରୀ ରାଜ୍ୟ ବୀମା ବିଭାଗର ସମୀକ୍ଷା ହେବା ସହ ବିଭାଗର ଅଗ୍ରଗତି, କାର୍ଯ୍ୟାଧାରା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବିଭାଗ ତରଫରୁ କି କାମ ସବୁ ବର୍ଷକ ଭିତରେ ହୋଇଛି ତାର ସମୀକ୍ଷା ରିପୋର୍ଟକୁ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ଶ୍ରମ ବିଭାଗ ମନ୍ତ୍ରୀ ସାରଦା ନାୟକ ପ୍ରକାଶ କରିଥିଲେ । ବିଶେଷ କରି ନିର୍ମାଣ ଶ୍ରମିକ ମାନଙ୍କ ପଞ୍ଜିକରଣ, ସେମାନଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା, ରାଜ୍ୟରେ ଦାଦନ ଶ୍ରମିକ ମାନଙ୍କ ସମସ୍ୟା ବିଷୟରେ ସମାଧାନ ଦିଗରେ ବିଭାଗ ଉଲ୍ଲେଖନୀୟ ସଫଳତା ପାଇଛି ବୋଲି ମାନ୍ୟବର ମନ୍ତ୍ରୀ,ସଚିବଓ ଲେବର କମିଶନର କହିଛନ୍ତି ।
ରିପୋର୍ଟ bijaya nanda
