ସିଏସଓଙ୍କ ଉପସ୍ଥିତିରେ ପରୁଡି ମଣ୍ଡିରୁ ଧାନ ଉଠିଲା
ରାହାମା-୨୬/୩-ପଣ୍ଡୁଆ ପଞ୍ଚାୟତର ନପଙ୍ଗ ସମବାୟ ସମିତିର ପରୁଡି ଧାନ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ମିଲର ଧାନ ଉଠାଇବା ପାଇଁ ୩ଟି ଟ୍ରକ ଏହି ମଣ୍ଡିକୁ ପଠାଇଥିଲେ। ସେଥିରୁ ୨ଟି ଟ୍ରକକୁ ନପଙ୍ଗଠାରେ ସ୍ଥାନୀୟ ଚାଷୀ ଅଟକାଇ ରଖିଥିଲେ। ଯାହାଫଳରେ ମିଲର ଓ ଚାଷୀଙ୍କ ମଧ୍ୟରେ ଉଚ୍ଚବାଚ ସୃଷ୍ଟି ହୋଇଥିଲା। ଏସଂପର୍କରେ ପରୁଡି ମଣ୍ଡିକୁ ଧାନ ନେଇ ଆସିଥିବା ଚାଷୀ ତିର୍ତ୍ତୋଲ ପୋଲିସ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଟେଲିଫୋନ ଯୋଗେ ଅବଗତ କରାଇଥିଲେ। କିଛି ସମୟ ପରେ ଜିଲ୍ଲା ଯୋଗାଣ ଅଧିକାରୀ ଜେ ଟୁଡୁ,ଡିଆରଏସଓ,ଆରଏମସି ସଂପାଦକ ଘଟଣା ସ୍ଥଳରେ ପହଞ୍ଚି ମିଲର ଓ ଚାଷୀଙ୍କୁ ବୁଝାସୁଝା କରିବା ପରେ ମଣ୍ଡିରୁ ଧାନ ଉଠିଥିଲା। ସୂଚନାଯୋଗ୍ୟ ପରୁଡିଠାରେ ମା ମଙ୍ଗଳା ଏସଏଚଜିର ପ୍ରତ୍ୟେକ୍ଷ ତତ୍ୱାବଧାନରେ ମଣ୍ଡିରୁ ଧାନ ସଂଗ୍ରହ କରାଯାଉଥିବା ବେଳେ ନପଙ୍ଗଠାରେ ସମବାୟ ସମିତିର ସମ୍ପାଦକଙ୍କ ଦାୟିତ୍ୱରେ ମିଲର ଧାନ ସଂଗ୍ରହ କରୁଥିବା ଲକ୍ଷ୍ୟ କରାଯାଇଛି। ତେବେ ନିୟମିତ ବ୍ୟବଧାନରେ ମିଲର ମଣ୍ଡିକୁ ଟ୍ରକ ପାଉନଥିବା କାରଣରୁ ଧାନ ଉଠିପାରୁନଥିବା ଚାଷୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
