କୁକୁର ପସିଯିବାରୁ ବାଇକ୍ ଦୁର୍ଘଟଣାଗ୍ରସ୍ତ ଜଣେ ଆରୋହୀ ମୃତ, ଅନ୍ୟଜଣେ ଗୁରୁତର।

କୋଣାର୍କ, ଥାନା ଅନ୍ତର୍ଗତ ବାଲିଦୋକାନ ବଜାର କଳଘର ଛକ ଠାରେ ଏକ ମର୍ମଦୁନ୍ତ ଦୃର୍ଘଟଣାରେ ଜଣେ ବାଇକ୍ ଆରୋହୀ ମୃତ ହୋଇଥିବା ବେଳେ ଜଣେ ବାଳକ ଗୁରୁତର ହୋଈ ମେଡ଼ିକାଲରେ ଭର୍ତି ହୋଇଛନ୍ତି। ସୂଚନା ଥାଉକି ଆଜି ବଜାରରୁ ନିଜ ଘର ଗୟଳକୁ ଫେରିବା ବାଟରେ କୁରୁଜଙ୍ଗ ପଞ୍ଚାୟତ ଗୟଳ ଗାଁର ବଟକୃଷ୍ଣ ନାୟକ(୫୮) ନାମକ ଜଣେ ବ୍ୟକ୍ତି ଘରକୁ ଫେରିବା ବାଟରେ ୨ଟି କୁକୁର ବାଇକ୍ ସମୁଖରେ ପସିଯିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ତଳେ ପଡିଥିଲେ।

ତୁରନ୍ତ ସ୍ଥାନୀୟ ଲୋକେ ପ୍ରଥମେ ଗୋପ ମେଡିକାଲ ନେବା ବେଳେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ବାଳକ ଜଣଙ୍କ ଗୁରୁତର ହୋଇଥିବା ସୂଚନା ରହିଛି। କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ସହ ଶବକୁ ଜବତ କରି ତଦନ୍ତ ତଳାଇଛନ୍ତି। ଏବେବି ବାଳକଙ୍କ ଅବସ୍ଥା ଭଲ ନଥିବା ସୂଚନା ରହିଛି।

କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *