ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ।

ପୁରୀ ୧୨/୩ ସୂଚନା ଅଧିକାର ଆଇନ ଦ୍ବାରା ଅନେକ ଦୁର୍ନୀତି କୁ ରୋକାଯିବା ସହ କାର୍ଯ୍ୟ ରେ ସ୍ବଛତା ଆସି ପାରିଛି ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ପରିସରରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଅଧିକାର ଆଇନ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହାକୁ ଉଦଘାଟନ କରି ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସାଧାରଣ ଲୋକ ମାନଙ୍କୁ ଉପଯୁକ୍ତ ସେବା ଯୋଗାଇବା ଲକ୍ଷ୍ୟ ରେ ଆମେ ସମସ୍ତେ କାର୍ଯ୍ୟରତ।ତେବେ କିଛି ଅଧିକାରୀ ବା କର୍ମଚାରୀ ଯଦି କାର୍ଯ୍ୟ ରେ ଅବହେଳା କରନ୍ତି ବା କାର୍ଯ୍ୟ ସମ୍ପାଦନ ରେ ଅନିୟମିତତା କରନ୍ତି ତାହା ପାଇଁ ପ୍ରତିକାର ସ୍ବରୂପ ଏହି ଆଇନ ହିଁ ଉପଯୁକ୍ତ ମାଧ୍ୟମ।ଏହି ଆଇନ ଦ୍ବାରା ସାଧାରଣ ଲୋକ ଙ୍କୁ ଅନେକ ସୁଫଳ ମିଳୁଛି ଓ ଦୁର୍ନୀତି ବା ଅନିୟମିତତା କୁ କମା ଯାଇ ପାରୁଛି ବୋଲି ସେ କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସୂଚନା ଅଧିକାର ଆଇନର କାର୍ଯ୍ୟକାରିତା ପାଇଁ ସମସ୍ତ ବିଭାଗ ଉତ୍ତରଦାୟୀ।କେହି ତଥ୍ୟ ମାଗିଲେ ଆଇନ ମୁତାବକ ତଥ୍ୟ ପାଇବା ଆବେଦନକାରୀ ଙ୍କ ର ଅଧିକାର ଓ ତଥ୍ୟ ପ୍ରଦାନ କରିବା ଆମର ଦାୟିତ୍ୱ।ତେବେ ଠିକ ଭାବରେ ସୂଚନା ଅଧିକାର ଆଇନ କୁ ବୁଝି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତଥ୍ୟ ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ ଓ ଅନନ୍ୟା ଗରାବଡୁ ଯୋଗ ଦେଇଥିଲେ। ପରେ ମାଷ୍ଟର ଟ୍ରେନର ସଂଗ୍ରାମ କେଶରୀ ପୃଷ୍ଟି ଓ ହରିହର ମହାନ୍ତି ପାୱାର ପଏଣ୍ଟ ମାଧ୍ୟମରେ ସମସ୍ତ ଫାଷ୍ଟ ଆପିଲେଟ ଅଥରିଟି,ସୂଚନା ଅଧିକାରୀ ଓ ସହକାରୀ ସୂଚନା ଅଧିକାରୀ ଙ୍କୁ ତାଲିମ ପ୍ରଦାନ କରିଥିଲେ।ସୂଚନା ଅଧିକାର ସମ୍ପର୍କରେ ଅଧିକାରୀ ମାନଙ୍କର ବିଭିନ୍ନ ପ୍ରଶ୍ନ ବା ସଂଶୟ କୁ ମାଷ୍ଟର ଟ୍ରେନର ସମାଧାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ବିଭାଗ ଓ ଲାଇନ ଡିପାର୍ଟମେଣ୍ଟର ସୂଚନା ଅଧିକାରୀ ମାନେ ଯୋଗ ଦେଇ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *