ବିଲରେ ସଢ଼ୁଛି ପାଚିଲା ଧାନ

ବିଲରେ ସଢ଼ୁଛି ପାଚିଲା ଧାନ,
ମୁଣ୍ତରେ ହାତ ଦେଇ ଆଖିରୁ ଲୁହ ଗଡ଼ାଉଛି ଚାଷୀ।
ଫୁଲବାଣୀ:ନିପ୍ର:-୨୪/୧୨ ଚାଷୀର ମୁଣ୍ଡରେ ପଡ଼ିଛି ଚଡ଼କ ପ୍ରକୃତି ସାଜିଛି ଦାଉ ,ଧାନ ଚାଷ କରି ଯାହା ଖୁସି ଥିଲା ଅଦିନିଆ ବର୍ଷାରେ ମାରିନେଲା ସବୁଝାଉ। ଅଦିନିଆ ବର୍ଷା ଯୋଗୁଁ କଟା ଯାଇଥିବା ଧାନ ଗୁଡ଼ିକ ବିଲରେ ପାଣିରେ ବୁତୁରି ସଢୁଛି। ହଁ ଆଜ୍ଞା ଏହିକଥା ଆମେ କହୁନାହିଁ ମୁଣ୍ଡରେ ହାତଦେଇ ଆଖିରୁ ଲୁହ ଗଡ଼ାଇ କରୁଣ କଣ୍ଠରେ କହୁଛି ଚାଷୀ। ଚଳିତ ବର୍ଷ ଧାନ ଚାଷ ଯେତିକି ପରିମାଣରେ ହେବାକଥା ନିଅଣ୍ଟିଆ ବର୍ଷା ଯୋଗୁଁ ପାଣିର ଅଭାବ ହେତୁ ଯାହା ଧାନ ଚାଷ ହୋଇଥିଲା ଏହାକୁ ଠିକ୍ ସମୟରେ କାଟିକୁଟି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଓ ପରିବାର ଚଳାଇବା ପାଇଁ ନିଜକୁ ଖୁସି ବ୍ୟକ୍ତ କରିଥିଲା ଚାଷୀ।

ହେଲେ ଧାନ ଗୁଡ଼ିକ କଉଠେ ଅଧା କରାଯାଇଛି ତ ଆଉ କୋଉଠି ସମ୍ପୂର୍ଣ୍ଣ କାଟି ବିଲରେ ପଡ଼ି ରହିଥିବା ବେଳେ ମାତ୍ର ଆଉ ଦିନଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଘରକୁ ଆସିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇ ପ୍ରକୃତି ଏମିତି ଦାଉ ସାଧିଛି ଯେ ବିଲରେ କଟାଯାଇ ରଖା ଯାଇଥିବା ଧାନ ସଢ଼ିି ଗଲାଣି। ଚାଷୀର ମୁଣ୍ଡରେ ଏହି ଚଡ଼କ ପଡ଼ି ମେରୁଦଣ୍ଡକୁ ଦୋହଲାଇ ଦେଇଛି। ସମଗ୍ର ରାଜ୍ୟରେ ଲଘୁଚାପ ସୃଷ୍ଟି ସମସ୍ତ ଚାଷୀଙ୍କ ମୁଣ୍ଡରେ ଏକ ବିରାଟ ବଡ଼ ଚଡ଼କ ପକେଇ ଦେଇଛି। ଏହା ହେବା ଫଳରେ ଏମିତି ଚାଷୀ ଅଛନ୍ତି ଯାହାର ପରିବାର ସ୍ଥିତି ପରଖିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଏହାର ଉଦାହରଣ କନ୍ଧମାଳ ଜିଲ୍ଲାରେ ରହିଛି। ଜିଲ୍ଲାର ଖଜୁରୀପଡ଼ା ବ୍ଲକର ମାନ ଚିତ୍ରରେ ଚାଷୀଙ୍କ ସ୍ଥିତି ଅତି ଦୁର୍ବଳ କହିଲେ ଅତ୍ୟୁକ୍ତି ହେବନାହିଁ। ସ୍ୱଳ୍ପ ଚାଷ ଜମିକୁ ପାହାଡ଼ିଆ ଅଞ୍ଚଳ। ଏଠାରେ ସବୁବେଳେ ଚାଷଜମି ପାଇଁ ପାଣି ନିଅଣ୍ଟ । ଏମିତିରେ କିଛି ଫୁଳେ,ପୁଷ୍ପେ ପାଇବା ଆଶା ଭରଷା କରି କିଛି ଚାଷୀ ଚାଷ କରୁଛନ୍ତି। କିନ୍ତୁ ପରିବେଶ ଜଳ ବାୟୁ ପ୍ରକୃତି ଏମିତି ଦାଉ ସାଧୁଛି ଯେ ସେହି ଟିକକ ଧାନ କାଟି ଘରକୁ ଆଣିବା ସମୟରେ ଅଦିନିଆ ଝଡସୃଷ୍ଟି ଦେଇଛି ଯାହାକି ବିଲରେ ଧାନ ଗୁଡ଼ିକ ସଢୁଛି ଘରକୁ ଆସି ପାରୁନାହିଁ। ଗରିବ ଖଟିଖିଆ ମଜୁରିଆ ଚାଷୀ ମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଦୁଃଖ ଦାୟକ ବିଷୟ କହିଲେ ଅତ୍ୟୁକ୍ତି ହେବନାହିଁ। ଗତ ଦୁଇଦିନ ତଳେ ଗୋଟିଏ ଦିନ ପାଣିପାଗ ଟିକିଏ ଶୁଖିଲା ରଖିବାରୁ ଚାଷୀ ଟିକିଏ ଆସୁସ୍ତି ମନେ କରିଥିଲା। କିନ୍ତୁ ପୁଣି ୨୪ ଓ ୨୫ ଦୁଇଦିନ ଲଘୁଚାପ ରେ ଚାରିଆଡ଼େ ଯେମିତି ସେମିତି ବର୍ଷା ଲାଗି ରହିଛି। ହେଲେ ଏହି ୨୪ ଓ ୨୫ ଲଘୁଚାପର ରୂପ କଣ ହେଉଛି ତାହା ମଧ୍ୟ କିଏବା କହିପାରିବ। ତେଣୁ ଏହାକୁ ନେଇ ଚାଷୀକୁଳ ମଧ୍ୟରେ ଆହୁରି ଅଧିକ ଚିନ୍ତା ବଢ଼ାଇ ଦେଇଛି। ଅନେକ କଳ୍ପନା ଜଳ୍ପନା ର ପ୍ରଶ୍ନ ମନ ଭିତରେ ଉଙ୍କି ମାରୁଛି। ଏବେ କଣ କରିବ ଏହି ଦୁଃଖ କା ଆଗରେ କହିବ ଭଗବାନ ହିଁ ଭରଷା ବୋଲି ଗଣମାଧ୍ୟମ ଆଗରେ ଦୁଃଖରେ ବାଖାଣୁ ବେଳେ ସତରେ ସରକାର ଏହି ନିରୀହ ଚାଷୀଙ୍କ ଦୁଃଖ ହୁଝୁଛନ୍ତି କି ନାହିଁ ତାହା କେବଳ ଦେଖିବାର ବାକି ଅଛି।

Leave a Reply

Your email address will not be published. Required fields are marked *