ରୀତି ସାହିତ୍ୟ ଆଲୋଚନା ଓ ଆବୃତ୍ତି ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହରେ ଓଡିଆ ଭାଷା ପ୍ରତିଷ୍ଠାନ
ରୀତି ସାହିତ୍ୟ ଆଲୋଚନା ଓ ଆବୃତ୍ତି ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହରେ ଓଡିଆ ଭାଷା ପ୍ରତିଷ୍ଠାନ ଓଡ଼ିଶାର ପ୍ରଥମ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସବିତା ସ୍ମୃତି ସାହିତ୍ୟ ସଂସଦ ଓ ପାଠାଗାର ଏବଂ ପ୍ରିୟପତ୍ର ର ଆନୁକୁଲ୍ୟରେ ଆୟୋଜିତ ଏହି ରାଜ୍ୟ ଆସରରେ ମୁଖ୍ୟ ଅତିଥି ସତ୍ୟାନାଶ, ସମ୍ମାନିତ ଅତିଥି ଭାବରେ ଗାୟକ ନିଶିକାନ୍ତ ପଣ୍ଡା, ସୂର୍ଯ୍ୟନାରାୟଣ ରଥଶର୍ମା, ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ ଯୋଗଦେଇ ରୀତିଯୁଗ ସାହିତ୍ୟର ଅବଦାନ ଅତୁଳନୀୟ ବୋଲି ମତ ରଖୂଥିଲେ । ଏହି ଆଲୋଚନାରେ ଡକ୍ଟର ସସ୍ମିତା ମିଶ୍ର, ପ୍ରବାସିନୀ ମିଶ୍ର, ମହେନ୍ଦ୍ର ଦାଶ, କଳ୍ପନା ମିଶ୍ର, ମିନତି ମିଶ୍ର, ପ୍ରତିଭା ଦାଶ, ସନ୍ୟାସୀ ନାୟକ, pournamasi devi, Soumya Ranjan mallick ମୀରା ମହାନ୍ତି, ଡକ୍ଟର ଅର୍ଚ୍ଚନା ଆଚାର୍ଯ୍ୟ, ଲକି ବେହେରା, ଡକ୍ଟର ପ୍ରମୋଦ ଆଚାର୍ଯ୍ୟ, ମାନସ କୁମାର ନାୟକ, ସୁରେଶ କୁମାର ସାହୁ, ପ୍ରସନ୍ନ କୁମାର ଦାଶ, ଆଲୋକ କୁମାର କର, ରଶ୍ମି ରଞ୍ଜିତା ମିଶ୍ର ପ୍ରମୁଖ ଯୋଗଦେଇ ରୀତିଯୁଗ ସାହିତ୍ୟର ଅବଦାନ ବିଷୟରେ ନିଜ ନିଜର ମତ ରଖିବା ସହ ପୁରାତନ ରଚନା ଆବୃତ୍ତି କରିଥିଲେ। ପ୍ରାରମ୍ଭରେ ପ୍ରିୟପତ୍ର ର ସଂପାଦକ ବିପିନ ବିହାରୀ ଦଳାଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ବିଜୟ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ସବିତା ସ୍ମୃତି ସାହିତ୍ୟ ସଂସଦ ଓ ପାଠାଗାର ର ପ୍ରତିଷାତା ଜାନକୀ ବଲ୍ଲଭ ଦାଶ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ। ଶେଷରେ ବିପିନ ବିହାରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଜାନକୀ ବଲ୍ଲଭ ଦାଶଙ୍କ ରଚିତ ‘ଅଜାଙ୍କ ମଜାଗପ’ ଉନ୍ମୋଚିତ ହୋଇଥିଲା।
