ସଡକ ଦୁର୍ଘଟଣା
କାମାକ୍ଷାନଗର– ସଡକ ଦୁର୍ଘଟଣାରେ ଯୁବକ ଗୁରୁତର। ଗୁରୁତର ଯୁବକ ହେଲେ ପରଜଙ୍ଗ ଥାନା ପଙ୍ଗାତିରା ଗ୍ରାମର ସୁଶାନ୍ତ ସାହୁ। ସୁଶାନ୍ତ ଆଜି ସନ୍ଧ୍ୟା ସମୟରେ ପଙ୍ଗାତିରା ଗ୍ରାମରୁ ବାହାରି କଙ୍କଡାହାଡ ଥାନା କଇରାଟାଙ୍ଗର ଗ୍ରାମକୁ କୋଣସି କାମରେ ଯାଉଥିଲେ। ଯିବାବାଟରେ NH ୫୩ ବାଉଁଷପାଳ ଛକ ନିକଟରେ ରୋଡ ଡିଭାଇଡର ପିଟି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନିୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତି କରିଥିଲେ। ସେଠାରେ ତାଙ୍କଅବସ୍ଥା ସଙ୍କଟାପଣ୍ଣ ଥିବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
