ପୁରୁଷୋତ୍ତମପୁର ଜନସାଧାରଙ୍କ ଇଷ୍ଟଦେବୀ ମା ତାରାତାରିଣୀ ପୀଠକୁ ଯିବା ପାଇଁ ସଡ଼କ ବ୍ୟବସ୍ଥା
ପୁରୁଷୋତ୍ତମପୁର – ୨୭/୨୫ (ମାଧବାନନ୍ଦ ଦାଶ )ପୁରୁଷୋତ୍ତମପୁର ଜନସାଧାରଙ୍କ ଇଷ୍ଟଦେବୀ ମା ତାରାତାରିଣୀ ପୀଠକୁ ଯିବା ପାଇଁ ସଡ଼କ ବ୍ୟବସ୍ଥା ଥିଲେ ମଧ୍ୟ ପ୍ରବଳ ଭିଡ଼ ସକାଶେ ଏକ ରୋପୱେ ର ବ୍ୟବସ୍ଥା ରହିଅଛି । ଗୁରୁବାର ଦିନ ସକାଳ ସମୟରେ ଏନ ଡ଼ି ଆର ଏଫ ଏବଂ ଅଗ୍ନିଶମ ବିଭାଗ ଦ୍ଵାରା ଏଠାରେ ଏକ ବାର୍ଷିକ ମକଡ୍ରିଲ ଏନଡିଆରଏଫ ଡେପୁଟି କମାଣ୍ଡର ନବୀନ ସିଂ ରାଣା ଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି ।ମକଡ୍ରିଲ ହେଉଛି ଏକ ପୂର୍ବପ୍ରସ୍ତୁତ ସାଧନା ଯାହା ଜରୁରୀକାଳୀନ ପରିସ୍ଥିତି ରେ ଜନସାଧାରଣ ଙ୍କୁ କିପରି ରକ୍ଷା କରାଯାଇପାରିବ ସେ ଉପରେ ଶିକ୍ଷା ଦିଆଯାଏ।ଏହା ବର୍ଷକୁ ୨ଥର କରାଯାଇଥାଏ l ଏନଡିଆରଏଫ ତରଫରୁ ଟିମ କମାଣ୍ଡର ଭାବେ ଏନ.କେ.ପ୍ରଧାନ (ଇନିସ୍ପେକଟର), ସେଫଟି ଇନିସ୍ପେକଟର ଭାବେ ରାଜ ପାଲ ଗୁଜ୍ଜର (ଏସ ଆଇ) ଓ ଲଜିସ୍ଟିକ ଏବଂ ଆଙ୍କରିଂ ଦାଇତ୍ୱ ପଙ୍କଜ ଖୁଲବେ (ଏସ ଆଇ) ପରିଚାଳନା ରେ ଅଂଶ ଗ୍ରହଣ କରିଥିଲେ l ଏଥିରେ ସ୍ଥାନୀୟ ଅଗ୍ନି ଶ୍ରମ ବିଭାଗର ମୁଖ୍ୟ ଆଲୋକ କୁମାର ଦଳାଇଙ୍କ ସହିତ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା ଯୋଗଦେଇଥିଲେ । ବିପଦ ଆପଦ ସମୟରେ କିପରି ଏହାକୁ ବ୍ୟବହାର କରିବା ଉଚିତ ତାହା ପୂର୍ବରୁ ଜାଣିବା ଏବଂ ଭବିଷ୍ୟତରେ କୌଣସି ଅଘଟଣକୁ କିପରି ତୁରନ୍ତ ଏଡାଇ ଦିଆଯାଇପାରିବ ଏବଂ ବିପଦ ସମୟରେ ଲୋକମାନେ ଭୟ ନକରି ସଠିକ ପଦକ୍ଷେପ କିପରି ନେବେ। ମକଡ୍ରିଲ ଦ୍ୱାରା କେଉଁଠି ତ୍ରୁଟି ଅଛି, କେଉଁଠି ସୁଧାରଣ ଆବଶ୍ୟକ ତାହା ଜଣାଯାଏ। ଶ୍ରଦ୍ଧାଳୁ ମାନଙ୍କୁ କିପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସେଥିରୁ ଉଦ୍ଧାର କରାଯାଇପାରିବା ସହିତ ଅଗ୍ନିଶମ ବାହିନୀ, ପୋଲିସ୍,ଏନଡିଆରଏଫ୍, ସିଭିଲ ଡିଫେନ୍ସ ଇତ୍ୟାଦି ସଂଗଠନର କାର୍ଯ୍ୟକୁ ସମନ୍ୱୟ କରିବା ଏହାର ଉଦେଶ୍ୟ ରହିଛି।ଏହା ଦ୍ୱାରା ଜନସାଧାରଣ ଙ୍କ କିପରି ସୁରକ୍ଷିତ ଭାବେ ରୋପୱେ ରେ ଜୈ ମା ଙ୍କୁ ଦର୍ଶନ କରିବେ ସେ ଉପରେ ଆଲୋକପାତ କରାଯାଇଥିଲା l
