ପୁରୀ ମାଟିଆପଡା ଛକରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରାସ୍ତାରୋକ
– ପୁରୀ ମାଟିଆପଡା ଛକରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରାସ୍ତାରୋକ। ମାଟିଆପଡା ଛକ ଠାରୁ ବାଲିଘାଟ ଛକ ପର୍ଯ୍ୟନ୍ତ ରାସ୍ତାର ତୁରନ୍ତ ମରାମତି ଦାବି ନେଇ ରାସ୍ତାରୋକ କରିଛି କଂଗ୍ରେସ। ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରାଜେଶ ମିଶ୍ରଙ୍କ ତତ୍ତ୍ୱାବଧାନରେ ଶତାଧିକ କଂଗ୍ରେସ କର୍ମୀ ରାସ୍ତା ଉପରେ ବସି ଆନ୍ଦୋଳନ କରିଛନ୍ତି। ଫଳରେ ସ୍ଥାନୀୟ ଲୋକଙ୍କ ଠାରୁ ଯାତ୍ରୀମାନେ ଯାତାୟତରେ ସମସ୍ୟା ଭୋଗିଛନ୍ତି। ତେବେ ଦୀର୍ଘ ଦିନ ହେବ ସିଦ୍ଧ ମହାବୀର ଠାରେ ରେଳ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହା ସରିବାରେ ନା ଗନ୍ଧ ଧରୁନାହିଁ। ସେହିପରି ମାଟିଆପଡା ଛକ ଠାରୁ ବାଲିଘାଟ ଛକ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ପ୍ରତି ସମୟରେ ଏଠାରେ ଦୁର୍ଘଟଣା ଘଟୁଛି। ଅନେକ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି ଏହି ରାସ୍ତାରେ। ଏଣୁ ତୁରନ୍ତ ଏହି ରାସ୍ତାର ମରାମତି ପାଇଁ କଂଗ୍ରେସ ଦାବି କରିଛି। ତେବେ ମୁଖ୍ୟ ଦାବି କଣ ରହିଛି କଂଗ୍ରେସର ସେନେଇ ଜିଲ୍ଲା ସଭାପତି ଓ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି ପୁରୀର ସିନିୟର ରିପୋର୍ଟର ଚନ୍ଦ୍ରଶେଖର ପାତ୍ର।
ଇନଜେଷ୍ଟରେ ଭିଜୁଆଲ ଡେଫର୍ଡ ଓ ହ୍ବାଟ୍ସ ଆପରେ ଯାଇଥିବା ଭିଜୁଆଲ ଲାଗିବ
ପୁରୀ ରୁ କ୍ୟାମେରା ପର୍ସନ ନିରଞ୍ଜନ ସାହୁଙ୍କ ସହ ଚନ୍ଦ୍ରଶେଖର ପାତ୍ରଙ୍କ ରିପୋର୍ଟ ନ୍ୟୁଜ7
