ପାଣି, ବିଶ୍ରାମଗାର ପାଇଁ ଶହ ଶହ ଲୋକଙ୍କ ରାସ୍ତାରୋକ
ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସିଙ୍ଗିପୁର ଛକ ନିକଟରେ ରାସ୍ତା ଅବରୋଧ।ପିଇବା ପାଣି ଓ ବିଶ୍ରାମଗାର ପାଇଁ ଲୋକଙ୍କ ରାସ୍ତାରୋକ। ଆଜି ସିଙ୍ଗିପୁର ଗ୍ରାମର ଶହ ଶହ ମହିଳା ଓ ପୁରୁଷ ରାସ୍ତାରେ ଟାଇର ଜାଳି ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି।ରାସ୍ତାରେ ହାଣ୍ଡି ମାଠିଆ ଗରା ରଖି ମହିଳା ଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଅନ୍ୟପଟେ ଟାଇର ଜାଳି ବିଶ୍ରାମ ଗାର ନିର୍ମାଣ କରିବାକୁ ଦାବି ହୋଇଛି। ଫଳରେ ଉଭୟ ପଟେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଘଟଣା ସ୍ଥଳରେ ସୋରଡ଼ା ବିଡ଼ିଓ, ତହସିଲଦାର ଓ ବଡ଼ଗଡ଼ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଵା ସହ ଜମିଜମା ସଂକ୍ରାନ୍ତୀୟ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
