ଆମ୍ବେଦକର ଛକ ଠାରୁ ବ୍ଲକ କାର୍ଯ୍ୟାଳୟକୁ ଯିବା ରାସ୍ତା ଚିଚନୀୟ ଅବସ୍ଥା

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଥିବା ବ୍ଲକ କାର୍ଯ୍ୟାଳୟ ର ରାସ୍ତା ଅବସ୍ଥା କହିଲେ ନ ସରେ । ଆମ୍ବେଦକର ଛକ ଠାରୁ ପ୍ରାୟ ୫ସହ ମିଟର ଦୁର ହେବ ବ୍ଲକ କାର୍ଯ୍ୟାଳୟ । ଏଠିକି ଜିଲ୍ଲା ର ବଡ ବଡ ବାବୁଙ୍କ ପାଦ ପଡ଼ିଥାଏ କିନ୍ତୁ କାହାରି ନଜର ଆଜି ପର୍ଯ୍ୟନ୍ତ ଏହି ରାସ୍ତା ଉପରେ ପଡ଼ି ନାହିଁ । ବ୍ଲକ କାର୍ଯ୍ୟକୁ ପ୍ରତି ଦିନ ଅନେକ ଲୋକ ଆସି ଥାନ୍ତି ଏବଂ ସମସ୍ତଙ୍କ ପାଟିରେ ଗୋଟିଏ କଥା କି ବ୍ଲକ ରାସ୍ତା ର ଏକି ଅବସ୍ଥା ଦୀର୍ଘ ବର୍ଷ ହେଲାଣି ସୁଧୁରି ପାରୁ ନାହିଁ । ଗାଁ ଗହଳି ରାସ୍ତା ଘାଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ପାଇଁ ପ୍ଲାନ ପ୍ରସ୍ତୁତ କରାଯାଉଛି ଏବଂ ରାସ୍ତା ଘାଟ ମଧ୍ୟ ଚକ୍ ଚକ୍ କରଯାଇଛି କିନ୍ତୁ ଅନ୍ୟକୁ ସଜାଡୁ ଥିବା ବ୍ଲକ କାର୍ଯ୍ୟାଳୟ କୁ ଯିବା ରାସ୍ତା ସଜାଡିବାକୁ କାହାରି ନଜର ପଡୁ ନାହିଁ ୟାକୁ ହିଁ କୁହା ଯାଏ ଦ୍ଵୀପ ତଳେ ଅନ୍ଧାର । ଏହି ରାସ୍ତା ରେ ସଦାବେଳେ ବିକଳାଙ୍ଗ ହେଉ କିମ୍ବା ବୃଦ୍ଧା କିମ୍ୱା ଗର୍ବବତି ଠାରୁ ଆରମ୍ଭ କରି ବଡ ବଡ ବାବୁ ମାନେ ଏହି ରାସ୍ତା ରେ ଯିବା ଆସିବା କରି ଥାନ୍ତି । ରାସ୍ତା ର ଅବସ୍ଥା ଏପରି ହୋଇଛି ଯେ ନ କହିବା ଭଲ । ବିକଳାଙ୍ଗ, ବୃଦ୍ଧା ଓ ଗର୍ବାବତି ମହିଳା ଏହି ରାସ୍ତା ରେ ଚାଲିବା କଷ୍ଟକର ଅନେକ ସମୟରେ ଛୋଟ ମୋଟ ଦୁର୍ଘଟଣା ମଧ୍ୟ ହେଉଛି । ଗୋଟିଏ ଘରୋଇ ଓ ସରକାରୀ ବିଦ୍ୟାଳୟ ରହିଛି ଏହା ବ୍ୟତୀତ ଏକ ବଡିଂ ଛାତ୍ରବାସ ଓ ଚର୍ଚ୍ଚ ମଧ୍ୟ ରହିଛି ଏବଂ ଏକ ଶହ ରୁ ଉର୍ଦ୍ଧ ଘର ବିଶିଷ୍ଟ ନୁଆ ସାହି ରହିଛି , ବ୍ଲକ ର ୧୩ ପଞ୍ଚାୟତ ର ସମସ୍ତେ ଏହି ରାସ୍ତା ଉପରେ ଦିର୍ଘ ବର୍ଷ ହେବ ନିର୍ଭର କରି ଆସୁଛନ୍ତି ହେଲେ ଏହା ସୁଧୁରିବାରେ ନା ନେଉ ନାହିଁ । ତେଣୁ ଏହା ଏଭଳି ରାସ୍ତା କୁ ଦେଖି ସ୍ଥାନୀୟ ତଥା ବ୍ଲକ ବାସୀ କ୍ଷବ ପ୍ରକାଶ କରିବା ସହ ତୁରନ୍ତ ଏହାକୁ ପୁନଃ ନିର୍ମାଣ କରିବାକୁ ଦାବି ରଖିଛନ୍ତି ଅଞ୍ଚଳ ବାସି ନଚେତ୍ ଆଗାମୀ ଦିନରେ ଏନେଇ ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *