କନ୍ଧମାଳ ଜିଲ୍ଲାରେ ପାଳନ କରାଗଲା ସଡ଼କ ଦୁର୍ଘଟଣା ଜନିତ ଶୁନ ମୃତାହତ ପକ୍ଷ
କନ୍ଧମାଳ ଜିଲ୍ଲାରେ ପାଳନ କରାଗଲା ସଡ଼କ ଦୁର୍ଘଟଣା ଜନିତ ଶୁନ ମୃତାହତ ପକ୍ଷ ।
ସ୍ଥାନ-ଫୁଲବାଣୀ ସଦର ।
ଫୁଲବାଣୀ (୨୯.୧୧.୨୦୨୫): ଆଜି ସଡ଼କ ଦୁର୍ଘଟଣା ଜନିତ ଶୂନ୍ୟ ମୃତାହତ ପକ୍ଷ ପାଳନ ଅବସରରେ ଆରଟିଓ, ଫୁଲବନୀ ଦ୍ୱାରା ଏକ ସଡ଼କ ସୁରକ୍ଷା ସଚେତନତା ରାଲି ଆୟୋଜନ କରାଯା ଇଥିଲା। ଏହି ରାଲିରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଉପ ଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ ଏବଂ ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ସଡ଼କ ସୁରକ୍ଷା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ସମୟରେ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ଲିଫଲେଟ୍ ବଣ୍ଟନ କରାଯାଇଥିଲା | ସୁରକ୍ଷିତ ଡ୍ରାଇଭିଂର ଗୁରୁତ୍ୱ ବିଷୟରେ ନାଗରିକମାନଙ୍କୁ ସଚେତନ କରିବା, ଟ୍ରାଫିକ୍ ନିୟମ ପାଳନ କରିବା, ଦାୟିତ୍ୱବାନ ସଡକ ଆଚରଣ ଏବଂ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସାମୂହିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ପରିବହନ ଅଧିକାରୀ ମିଲି ସାହୁ ପରିଚାଳନା କରିଥିଲେ।
