ପୁରୀ ସହରରେ ସଡକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା

ପ୍ରେସ୍ ନୋଟ

ପୁରୀ ସହରରେ ସଡକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଓ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ତାଳବଣିଆ ଥାନା ଅଧୀନସ୍ଥ ଗ୍ରୀଡ଼ ଷ୍ଟେସନ ଛକରେ ଏକ ସଂଯୁକ୍ତ ମୋଟର ଭେହିକଲ୍ ଚେକିଂ ଅଭିଯାନ ଆୟୋଜିତ ହୋଇଛି। ଏହି ଅଭିଯାନଟି ତାଳବଣିଆ ଥାନାର ଆଇଆଇସି ଶ୍ରୀ ଅଭିନବ ମିଶ୍ରଙ୍କ ନେତୃତ୍ୱରେ ଚାଲିଛି। ଏହି ଚେକିଂ ସମୟରେ ଯେଉଁ ସଚେତନ ଓ ଆଇନ ପାଳନକାରୀ ନାଗରିକମାନେ ହେଲମେଟ୍ ପିନ୍ଧି ଯାତାୟାତ କରୁଥିଲେ, ସେମାନଙ୍କୁ ଫୁଲ ଓ ଚକୋଲେଟ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହା ମାଧ୍ୟମରେ ସମାଜରେ ସଡକ ସୁରକ୍ଷା ପ୍ରତି ସଚେତନତା ବଢ଼ାଇବା ଓ ଲୋକମାନଙ୍କୁ ଆଇନ ମାନିବାକୁ ପ୍ରେରିତ କରାଯାଇଛି। ଏହା ସହିତ, ଯେଉଁ ଯାନଚାଳକମାନେ ନିୟମ ଉଲ୍ଲଂଘନ କରୁଥିଲେ, ଯଥା ହେଲମେଟ୍ ବିନା ଚଳାଚଳ, ଆବଶ୍ୟକ ଦଳିଲପତ୍ର ନଥିବା, ଓ ଅନ୍ୟାନ୍ୟ ମୋଟର ଯାନ ଆଇନ ଉଲ୍ଲଂଘନ, ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଜରିମାନା ଆଦାୟ କରାଯାଇଥିଲା। ପୁରୀ ପୋଲିସ୍ ସଦା ସର୍ବଦା ଲୋକମାନଙ୍କ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପ୍ରତି ପ୍ରତିବଦ୍ଧ। ଏହିପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ସମସ୍ତଙ୍କୁ ଅନୁରୋଧ, ନିଜ ସୁରକ୍ଷା ପାଇଁ ସଡକ ନିୟମ ମାନନ୍ତୁ ଓ ହେଲମେଟ୍ ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *