ବନ୍ଧା ହେଲା ରୋଡ ସାଇଡ ରୋମିଓ l

ବନ୍ଧା ହେଲା ରୋଡ ସାଇଡ ରୋମିଓ l ଜଣେ ଝିଅକୁ କମେଣ୍ଟ ମାରିବାକୁ ନେଇ ହଟହଟା ହେଲା ରୋଡ ସାଇଡ ରୋମିଓ । ଝିଅ ମାନଙ୍କୁ ରାସ୍ତାରେ ଦେଖି କମେଣ୍ଟ ମାରିବା ସହ ବାହା ହେବାକୁ ଜିଦ୍ ଧରୁଥିଲା ଜନୈକ ଯୁବକ। ଲୋକେ ପିସିଆରକୁ ଫୋନ୍ କରି ସମ୍ପୃକ୍ତ ଯୁବକକୁ ପୋଲିସର ଜିମା ଦେଇଥିଲେ। ଝିଅ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁରୀ ପେଣ୍ଠକଟା ସାମୁଦ୍ରିକ ଥାନା ପୁଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଉଛି ପିକେଆରଆଇଟି କଲୋନୀର କର୍ମଣ ଭାମସି l ଯୁବତୀ ଜଣକ ଜିମ୍ ରୁ ଫେରୁଥିବା ସମୟରେ ପୁରୀ ଗୁଣ୍ଡିଚାମନ୍ଦିର ପଛପଟ ସର୍ବୋଦୟ ନଗର ରାସ୍ତାରେ କର୍ମଣ ତାଙ୍କୁ ଅଟକାଇ ତାଙ୍କୁ ଅସଭ୍ୟ ଭାଷା କହିବା ସହ କମେଣ୍ଟ ମାରି ବିବାହ ପ୍ରସ୍ତାବ ଦେଇଥିଲେ। ବିବାହ ନ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି |

Leave a Reply

Your email address will not be published. Required fields are marked *