ବନ୍ଧୁକ ଦେଖାଇ ଗ୍ୟାସ କର୍ମଚାରିଙ୍କଠୁ ଲୁଟ
ବନ୍ଧୁକ ଓ ଭୂଜାଲି ଦେଖାଇ ଗ୍ୟାସ କର୍ମଚାରଙ୍କଠୁ ୩୨ ହଜାର ଟଙ୍କା ଲୁଟିଲେ ୨ ଦୂର୍ବୁତ୍ତ। କାମାକ୍ଷାନଗର ଥାନା ମହୁଲପାଳ ସ୍ଥିତ ଗୋଲେଖ ଗ୍ୟାସ ଏଜେନ୍ସିର ଗୋଦାମ ଘରୁ ୨ ଦୁର୍ବୁତ୍ତ,ବନ୍ଧୁକ ଓ ଖଣ୍ଡା ଦେଖାଇ ଭୟଭିତ କରିବା ସହ କର୍ମଚାରୀ ବସନ୍ତ ବେହେରାଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି।ସୂଚନା ମୂତାବକ ୨ଦୂର୍ବୁତ୍ତ ଏକ ବାଇକରେ ଆସି ମୁହଁରେ ମୁଖା ଓ ହେଲମେଣ୍ଟ ପିନ୍ଧିଥିବା ବେଳେ କର୍ମଚାରି ବସନ୍ତଙ୍କ ପାଖକୁ ଯିବା ସହ ବନ୍ଧୁକ ଦେଖାଇ ସେ ବ୍ୟାଗରେ ରଖିଥିବା ଟଙ୍କାକୁ ମାଗିବା ସହ ଭୟଭିତ କରି ନେଇ ଢେଙ୍କାନାଳ ଆଡକୁ ପଳାଇଥିଲେ।ତେବେ ଏନେଇ କର୍ମଚାରି ଜଣଙ୍କ ଏଜେନସି ଓନରଙ୍କୁ ଏବିଷୟରେ ଜଣାଇବା ସହ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି।ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
