ଯାତ୍ରୀବାହୀ ବସ ଧକ୍କାରେ ରଡ଼ ବାଇଣ୍ଡିଙ୍ଗ ମିସ୍ତ୍ରୀ ମୃତ, ୨ ଗୁରୁତର

-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ଯାତ୍ରୀବାହୀ ବସ ଧକ୍କାରେ ଜଣେ ରଡ଼ ବାଇଣ୍ଡିଙ୍ଗ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ପରଜଙ୍ଗ ଥାନା ନାଉପାଳକାଟେଣୀ ଗାଁର ସାଗର ପ୍ରଧାନ ।ସେହିପରି ଗୁରୁତର ମାନେ ନାଉପାଳକାଟେଣୀ ଗାଁର ପିନୁ ସାହୁ ଏବଂ ସୁମନ୍ତ ପରିଡା। ସମସ୍ତେ ଏକ ବାଇକ ଯୋଗେ ନିଜ ଗାଁରୁ ଛାତ ରଡ଼ ବାଇଣ୍ଡିଙ୍ଗ କରିବା ପାଇଁ ଖଇରାମୁଣ୍ଡା ଗାଁକୁ ଯାଉଥିବା ବେଳେ ଧକ୍କା ଦେଇଥିଲା ଭୋଳାନାଥ ନାମକ ଯାତ୍ରୀବାହୀ ବସ। ଘଟଣା ସ୍ଥଳରେ ହିଁ ସାଗରଙ୍କ ମୃତ୍ୟୁ ହୋଇଥିଲା ।ଗୁରୁତର ମାନଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଯାହାକୁ ନେଇ ଉତ୍ୟକ୍ତ ଲୋକମାନେ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଏ ନେଇ ପରଜଙ୍ଗ ପୋଲିସ ଦୁର୍ଘଟଣା ଘଟାଇଥିବା ବସକୁ ଅଟକ ରଖିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ଜାରି ରଖିଛି।

Leave a Reply

Your email address will not be published. Required fields are marked *