ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦିକା ରୋସଲିନା ତିର୍କୀ ଙ୍କ ଜଗତସିଂହପୁର ଗ୍ରସ୍ତ
ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦିକା ରୋସଲିନା ତିର୍କୀ ଙ୍କ ଜଗତସିଂହପୁର ଗ୍ରସ୍ତ।
ଜଗତସିଂହପୁର,
ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦିକା ରୋସଲିନା ତିର୍କୀ ଇତିମଧ୍ୟରେ ଜଗତସିଂହପୁର ଜିଲ୍ଲା ଗ୍ରସ୍ତ କରି ଜିଲ୍ଲାରେ କଂଗ୍ରେସ ସଂଗଠନ କୁ ମଜଭୁତ କରିବାକୁ ଜିଲ୍ଲାର ନେତୃମଣ୍ଡଳୀ ଙ୍କ ସହ ଆଲୋଚନା କରିଛନ୍ତି।
ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜିଲ୍ଲା କଂଗ୍ରେସ ର ସାଂଗଠନିକ ବୈଠକ ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ହୋଇଯାଇଛି।
ଏହି ସାଂଗଠନିକ ବୈଠକରେ ପ୍ରଦେଶ କଂଗ୍ରେସ ପକ୍ଷରୁ କଂଗ୍ରେସ ପୂର୍ବତନ ବିଧାୟକ ଶ୍ରୀ ଦେବାଶିଷ ପଟ୍ଟନାୟକ , ପିସିସି ପର୍ଯ୍ୟବେକ୍ଷକ ସିଦ୍ଧାର୍ଥ ଦାସ, ପୂର୍ବତନ ବିଧାୟକ ଡ଼ ଲଲାଟେନ୍ଦୁ ମହାପାତ୍ର, ଜଗତସିଂହପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ନେତ୍ରୀ ପ୍ରତିମା ମଲ୍ଲିକ,ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ବାଇଁ, ପାରାଦ୍ଵୀପ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନିରଞ୍ଜନ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ପିସିସି ସଭ୍ୟ ଦେବପ୍ରସାଦ ନାୟକ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ପିନାକୀ ନାରାୟଣ ଦାସ,ଜିଲ୍ଲା ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି, କଂଗ୍ରେସ ନେତ୍ରୀ ସସ୍ମିତା ପଣ୍ଡା,କଂଗ୍ରେସ ନେତା ବିକ୍ରମ ପରିଡ଼ା,ମହନୀ ଚରଣ ରାଉତ,ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ନାଥ କାଣ୍ତି,ଅଭୟ କୁମାର ମହାନ୍ତି,ମାନସ କୁମାର ରଥ, ବିରେନ ଦଳେଇ,ଇମତିୟାଜ ଅହମ୍ମଦ ଖାଁ, ମିର୍ଜା ସାମସୁଦ୍ଦିନ ବେଗ,ବଲ୍ଲଭାନନ୍ଦ ସ୍ବାଇଁ, କୃଷ୍ଣଚନ୍ଦ୍ର ପ୍ରଧାନ, ଜ୍ଞାନ ରଞ୍ଜନ କେଦାର ବିଶ୍ବାଳ,ଜେନା, ଆର୍ତ୍ତତ୍ରାଣ ପଣ୍ଡା, ନିହାର ଦାସ, ଅଵନୀକାନ୍ତ ମହାରଣା ପ୍ରମୁଖ ଜିଲ୍ଲାର ସମସ୍ତ ବ୍ଲକ ଓ ମୁନସିପାଲିଟି ର ନେତୃମଣ୍ଡଳୀ ଉପସ୍ଥିତ କଂଗ୍ରେସ ଦଳକୁ ଜିଲ୍ଲାରେ ସଂଗଠିତ କରିବାକୁ ନିଜ ନିଜର ମତାମତ ପ୍ରଦାନ କରିଥିଲେ।।
