ଗଣତନ୍ତ୍ରକୁ ଉଚିତ ମାର୍ଗରେ ପରିଚାଳିତ କରିବା ପାଇଁ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ : ଜିଲ୍ଲାପାଳ ଜାତୀୟ ପ୍ରେସ ଦିବସ ୨୦୨୫ ଅନୁଷ୍ଠିତ

ଫୁଲବାଣୀ:-୧୬/୧୧ ଆଜି ସମଗ୍ର ଭାରତ ବର୍ଷରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଉଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କନ୍ଧମାଳ ପକ୍ଷରୁ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ବାର୍ତ୍ତା ‘’ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମର ବିଶ୍ଵାସନୀୟତାର ସଂରକ୍ଷଣ “ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦଭୂଷଣ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥିଭାବେ ଆରକ୍ଷୀ ଅଧିକ୍ଷକ, କନ୍ଧମାଳ ଶ୍ରୀ ହରିଶ ବିଶି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଶ୍ରୀ ବେଦଭୂଷଣ କହିଥିଲେ ଯେ ଗଣତନ୍ତ୍ରକୁ ଉଚିତ ମାର୍ଗରେ ପରିଚାଳନା କରିବା ପାଇଁ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ରହିଛି ରହିବ ମଧ୍ୟ ଏଥି ସହିତ ଯେ କୌଣସି ଖବର ପ୍ରକାଶ ପୂର୍ବରୁ ତାହାର ସତ୍ୟତା ଜାଣିବା ନିହାତି ଆବଶ୍ୟକ l ଯଦି କୌଣସି ଘଟଣା ଘଟିବା ପୂର୍ବରୁ କିମ୍ବା ପରେ ସାମ୍ବାଦିକ ମାନେ ସୂଚନା ପାଆନ୍ତି ତାକୁ କିପରି ସମାଧାନ କରାଯିବ ତାହା ସାମ୍ବାଦିକଙ୍କ ପାଇଁ ଗୁରୁ ଦାୟିତ୍ୱ l

ସେହିପରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ କହିଥିଲେ ଯେ ସାମ୍ବାଦିକ ମାନେ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ତେଣୁ ଖବର ପ୍ରକାଶ କରିବା ପୂର୍ବରୁ ସଠିକ ଖବର ଯେପରି ଲୋକ ଲୋଚନକୁ ଆଣିବା ତାହା ସାମ୍ବାଦିକ ମାନଙ୍କ ଗୁରୁ ଦାୟିତ୍ୱ । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନା ଯୋଗ ଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଆଜି କିପରି ଖବର କ୍ଷିପ୍ର ବେଗରେ କୋଣ ଅନୁକୋଣରୁ କିପରି ସବୁ ଆଡେ ବ୍ୟାପି ପାରୁଛି ଏବଂ ସରକାରଙ୍କ ନିକଟରେ ପହଞ୍ଚି ପାରୁଛି ଏଥିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତବ୍ୟ ଦେଇଥିଲେ l ଏଥି ସହିତ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଶ୍ରୀ ଅସିତ ନନ୍ଦ ଓ ତାଙ୍କ ଦଳ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ-ତଥା-ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗଦାଧର ପାତ୍ର ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *