ଜଗତସିଂହପୁର ଠାରେ ରୋଟାରୀ ପକ୍ଷରୁ ଚକ୍ଷୁ ଚିକିତ୍ସା ହସ୍ପିଟାଲ ଉଦ୍ଘାଟିତ

-ଜଗତସିଂହପୁର ଜିଲ୍ଲା ସଦର ମହକୁମା ଠାରେ ରୋଟାରୀ କ୍ଲବ ପକ୍ଷରୁ ଏକ ଚକ୍ଷୁ ଚିକିତ୍ସା ହସ୍ପିଟାଲ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ,ବରିଷ୍ଠ ରୋଟାରିଆନ ତଥା ପୂର୍ବତନ ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର, ଜଗତସିଂହପୁର ଜିଲ୍ଲା ସଭାପତି ଆଲୋକ ଖୁଣ୍ଟିଆ, ରୋଟାରିଆନ ଦୁର୍ଯ୍ୟୋଧନ ରଣା ପ୍ରମୁଖ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହି ହସ୍ପିଟାଲ ମାଧ୍ୟମରେ ସାଧାରଣ ଲୋକମାନେ ମାଗଣାରେ ଚକ୍ଷୁ ପରୀକ୍ଷା ସହିତ ମାଗଣା ଚଷମା ଓ ଔଷଧ ପ୍ରଦାନ କରାଯିବ ।ଆଗାମୀ ଦିନରେ ସଦର ମହକୁମା ଠାରେ ରୋଟାରୀ କ୍ଲବ ପକ୍ଷରୁ ମଞ୍ଜୁର ହୋଇଥିବା ୪ କୋଟି ଟଙ୍କା ଅର୍ଥ ବ୍ୟୟରେ ଏକ ହସ୍ପିଟାଲ ନିର୍ମାଣ କରାଯିବ ବୋଲି କହିଛନ୍ତି ବିଧାୟକ ଅମରେନ୍ଦ୍ର ଦାସ ।

Leave a Reply

Your email address will not be published. Required fields are marked *