ରାଜ୍ୟ ସ୍ତରୀୟ ଚକାଆଖି କ୍ରିକେଟ କପ ଚତୁର୍ଥ କ୍ଵାଟର ଫାଇନାଲ ରାଉରକେଲାବିଜୟୀ
ଧର୍ମଶାଳା — ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସାହାଣୀଡିହ ପଂଚାୟତ ଅଗ୍ରିଣ କ୍ରୀଡା ଅନୁଷ୍ଠାନ ରାମଚନ୍ଦ୍ରପୁର ର ଚକାଆଖି ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ହୋଇଯାଇଥିବା 29ତମ ସର୍ବଭାରତୀୟ ଚକାଆଖି କପ କ୍ରିକେଟ ଟୁର୍ନାମେଣ୍ଟ ର 4ର୍ଥ ୱାଟର ଫାଇନାଲ ଆସୁ 11ରାଉଲକେଲା ଓ ଆଦର୍ଶ ସ୍ପୋର୍ଟିଙ୍ଗ ବାଲେଶ୍ୱର ମଧ୍ୟରେ ହୋଇଥିଲା. ଆଦର୍ଶ ସ୍ପୋର୍ଟିଙ୍ଗ ବାଲେଶ୍ୱର ଟଚ ଜିତି ବୋଲିଂ ର ନିଷ୍ପତି ନେଇ ଆସୁ 11ରାଉଲକେଲା କୁ ଆମନ୍ତ୍ରଣ କରିଥିଲା. ପ୍ରଥମ ଇନିଂସ ରେ ଆସୁ 11ରାଉଲକେଲା 25ଓଭର ରେ 8ଉଇକେଟ ହରାଇ 211ରନ ସଂଗ୍ରହ କରିଥିବା ବେଳେ ଆଦର୍ଶ ସ୍ପୋର୍ଟିଙ୍ଗ କ୍ଲବ ବାଲେଶ୍ୱର ନିର୍ଧାରିତ 20ଓଭର ରେ 181ରନ ରେ 7ଉଇକେଟ ହରାଇ ପରାଜୟ ବରଣ କରିଥିଲା. ଆସୁ 11ରାଉଲକେଲା ର ଆଶିଷ କୁମାର 40ବଲ 74ରନ ସଂଗ୍ରହ କରି ଆଜିର ମ୍ୟାନ ଅପ ଦି ମ୍ୟାଚ ପୁରସ୍କାର ପୁରୁଣା ବଉଳମାଳ ପଂଚାୟତ ର ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ସାହୁ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ. ଦୁଇ ଅମ୍ପେୟାର ଡିଜେନ୍ଦ୍ର ଘୋଷ. ତ୍ରିଲୋଚନ ପାଣି ଓ ସ୍କୋରର ବୁବୁନା ଚନ୍ଦନ. ଖେଳ ପରିଚାଳନା ରେ ମୁଖ୍ୟ ଉପଦେଷ୍ଟା ସରୋଜ ରାଉତ ସଭାପତି ଅର୍ଜୁନ କରଣ ସମ୍ପାଦକ ମକରନ୍ଦ ସ୍ୱାଇଁ କୋଷାଧକ୍ଷ ଭୋଳାନାଥ ସାହୁ କୁଶ ରାଉତ ଶ୍ରୀଧର ପ୍ରଧାନ ଅନିରୁଦ୍ଧ ପାତ୍ର ବଲ୍ଲଭ କରଣ ସୁବାସ ଆଲୋକ ସୁଶାନ୍ତ ଅନିଲ ରୀଙ୍କୁ ଚିକୁ ତପି ଆଲୋକ ଶାରତ ତପେନ୍ଦ୍ର ସୁବୁନୁ ରାଜା ଅମର ସହଯୋଗ କରିଥିଲେ.
