ନାଟକେଶ୍ୱର ମହାଦେବଙ୍କ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ
କାକଟପୁର- ପବିତ୍ର କାର୍ତ୍ତିକ ମାସ ଅବସରରେ କାକଟପୁର ବ୍ଲକ ଅନ୍ତର୍ଗତ ନାଶିକେଶ୍ୱର ଶାସନ ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ବାବା ନାଟକେଶ୍ୱର ମହାଦେବଙ୍କ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ନିକଟ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ନେଇ ଗଠିତ ହୋଇଥିବା ନାଟକେଶ୍ୱର ଯଜ୍ଞ କମିଟି ସଦସ୍ୟ ମାନଙ୍କ ଦ୍ଵାରା ମନ୍ଦିର ପ୍ରାଙ୍ଗଣରେ ୫ଦିନ ବ୍ୟାପି ପଞ୍ଚଦଶ ବାର୍ଷିକ ଋଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।

ଦୈନିକ ନିକଟ ଅଞ୍ଚଳର ହଜାର ହଜାର ଭକ୍ତମାନେ ସେଠାରେ ପହଞ୍ଚି ଯଜ୍ଞରେ ଭାଗ ନେବା ସହ ମହାଦେବଙ୍କ କରୁଣା କୃପା ଲାଭ କରିଥିଲେ। ଏହି ଉତ୍ସବକୁ ନାଶିକେଶ୍ୱର ଗ୍ରାମବାସୀ ମାନେ ପରିଚାଳନା କରିଥିଲେ।
