ସର୍ବ ଭାରତୀୟ ସ୍ତରରେ ଷ୍ଟାର ସରପଞ୍ଚ ଭାବେ ରୁଗୁମୁ ସରପଞ୍ଚ ପୁରସ୍କୃତ
ଧରାକୋଟ,24/4/25ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ରୁଗୁମୁ ପଂଚାୟତ ର ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ ନୂଆଁଦିଲ୍ଲୀ ସ୍ଥିତ ଦି ଷ୍ଟେନ ଅଡିଟୋରୀୟମ ଇଣ୍ଡିଆ ହେବିଟେଟ ସେଣ୍ଟର ଠାରେ କ୍ୱାଲିଟି କାଉନସିଲ ଇଣ୍ଡିଆ ତରଫରୁ ଆୟୋଜନ କରାଯାଇଥିବା ଶକ୍ତି ବିଭାଗ ତରଫରୁ ଯୋଗ୍ୟ ,ସ୍ୱଚ୍ଛ ଓ ସୁଜଳ ଗ୍ରାମ ପଞ୍ଚାୟତ ପାଇଁ କେନ୍ଦ୍ର ଜଳସକ୍ତି ମନ୍ତ୍ରୀ ସି ଆର ପାଟିଲ ଙ୍କ ଠାରୁ ଷ୍ଟାର ସରପଞ୍ଚ ଭାବରେ ଓଡ଼ିଶାର ଏକମାତ୍ର ସରପଞ୍ଚ ଭାବରେ ପୁରସ୍କୃତ ହୋଇଛନ୍ତି। ସମଗ୍ର ଭାରତ ବର୍ଷରେ ନିଜ ନିଜର ପଞ୍ଚାୟତରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 30 ଜଣ ସରପଞ୍ଚ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ର ରୁଗୁମୁ ପଞ୍ଚାୟତ ର ସରପଞ୍ଚ ଏହି ପୁରସ୍କାର ପାଇବା ପରେ ଆଜି ରୁଗୁମୁ ପଞ୍ଚାୟତ ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଅବସରରେ ପଞ୍ଚାୟତ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ସମିତି ସଭ୍ୟ ବନବାସ ବେହେରା,ପୂର୍ବତନ ସରପଂଚ ସୁଧାକର ସ୍ବାଇଁ, ପଂଚାୟତ ନିର୍ବାହୀ ଅଧିକାରୀ ଇସାକ ପ୍ରଧାନ, ଶିକ୍ଷାବିତ ପୀତବାସ ପାଣିଗ୍ରାହୀ,ନାଏବ ସରପଞ୍ଚ ଲକ୍ଷ୍ମୀକାନ୍ତ ବିଷୋୟୀ, ଏ ଡି ଇ ଓ ବିଦେଶୀ ଗୌଡ଼,ଯୋଗାଣ ସହାୟକ ସୁମିତ୍ରା ବିଷୋୟୀ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ଓ ସାଧାରଣ ଲୋକେ ଉପସ୍ଥିତ ରହି ଷ୍ଟାର ପୁରସ୍କାର ବିଜୟୀ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସରପଞ୍ଚ ରୁଗୁମୁ ପଂଚାୟତ କୁ ଏକ ଆଦର୍ଶ ପଂଚାୟତ ଭାବରେ ଗଢି ତୋଳିବା ପାଇଁ ଶପଥ ନେଇଥିଲେ ।
