ନାଉଗାଁ ରେ ଖୋଲିବ ଗ୍ରାମ୍ୟ ନ୍ୟାୟାଳୟ
ନାଉଗାଁ ରେ ଖୋଲିବ ଗ୍ରାମ୍ୟ ନ୍ୟାୟାଳୟ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରେ ଖୋଲିବ ଗ୍ରାମ୍ୟ ନ୍ୟାୟାଳୟ | ଏଥିପାଇଁ ସ୍ଥିତି ପରଖିବା ସହ କ୍ଷେତ୍ର ପରିଦର୍ଶନ ରେ ଆସି ଫେରିଛନ୍ତି ଜିଲ୍ଲା ଜଜ ଅନୁପ ଚନ୍ଦନ | ତିହୁଡା ମୌଜା ର ଖାତା ନମ୍ବର ୬୬୫ ଓ ପ୍ଳଟ ନମ୍ବର ୫୯୮ ରେ ଏହି ଜାଗା ପ୍ରାୟ ୩ ଏକର ରୁ ଅଧିକ ଥିବା ନାଉଗାଁ R I ସୂଚନା ଦେବାପରେ ସ୍ଥିର ହୋଇଥିବା ବେଳେ ଵର୍ତମାନ ସାମୟିକ ଭାବେ ପୂର୍ବରୁ ଥିବା ତିହୁଡା ବାଳିକା ଉଚ୍ଚ ବିଦ୍ୟାଳୟ ଗୃହ ରେ ଏହା ପ୍ରଥମେ ଚାଲିବ ଓ ପରେ ଏହା ପାଇଁ ସ୍ଵତନ୍ତ୍ର ଗୃହ ନିର୍ମାଣ କରାଯିବ ବୋଲି ଜଣାପଡିଛି | ତେବେ ନାଉଗାଁ ରେ ଖୋଲିବାକୁ ଥିବା ଗ୍ରାମ୍ୟ ନ୍ୟାୟାଳୟ ରେ କନିଷ୍ଠ ବିଚାରପତି ଙ୍କୁ ନିଯୁକ୍ତି ଦିଆଯିବା ସହ ମାମଲା ବିଚାର କରାଯାଇପାରିବ ବୋଲି ସ୍ଥିର କରିଛନ୍ତି।
ମାନସ କୁମାର ସ୍ବାଇଁ reporter
