ଏସ୍‌.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ

ଏସ୍‌.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ MALHAAR – IX (DARPAN) lଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଟୁଳି ସ୍ଥିତ ଏସ୍‌.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲର ଦୁଇଦିନିଆ ନବମ ମଲ୍ଲାର ବାର୍ଷିକ ଉତ୍ସବ ‘ଦର୍ପଣ’ ଶନିବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ଚେୟାରମ୍ୟାନ ଦେବାଶିଷ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଏନ୍‌.ସି. କଲେଜ ଅଧ୍ୟକ୍ଷ ଡ. ରଞ୍ଜନ କୁମାର ବେହେରା ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ୍, ନିର୍ଦେଶକ ଯୁଧିଷ୍ଠିର ଦେବତା, ଏମ୍‌ଡି ବିଦ୍ୟାଧର ଅଗସ୍ତି, ମାଡାମ ଏମ୍‌ଡି ବନ୍ଦିତା ଦୀକ୍ଷିତ୍‌, ଟ୍ରଷ୍ଟି ଆଶାବରୀ କର, ସମ୍ପାଦକ ଯଶୋବନ୍ତ ଜିନ୍ଦଲ, ମେଣ୍ଟର ଦେବେନ୍ଦ୍ର ଶତପଥୀ, ଡ. ସୁକାନ୍ତ ତ୍ରିପାଠୀ, ଶୈଳେନ୍ଦ୍ର ମହାପାତ୍ର ଯୋଗଦେଇଥିଲେ । ଏହି ଅବସରରେ ଯାଜପୁର ଓ କେନ୍ଦୁଝର ଜିଲ୍ଲା ର ୩୦ ଗୋଟି ସ୍କୁଲକୁ ନେଇ ଅନୁଷ୍ଠିତ ଜେ.ଡି.ଏମ. କାର୍ଯ୍ୟକ୍ରମରେ ଭାଗନେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଗତ ଦଶମ ପରୀକ୍ଷାର ଟପର ସାନଭି ପଟ୍ଟନାୟକ, ବାଣିଜ୍ୟ ଟପର ୟାଶିକା ମସ୍କରା, ବିଜ୍ଞାନ ଟପର ଭୁମି ଚଚରିୟା ଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ସ୍କୁଲ ପ୍ରିନ୍ସିପାଲ ଡ. କଳ୍ପତରୁ ସାହୁ ସ୍ବାଗତ ଭାଷଣ ଦେଇଥିଲେ । ସିନିୟର ସଂଯୋଜକ ଦୀପ୍ତିମୟ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ଦେଇଥିଲେ । ସେହିପରି ଉତ୍ସବର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯାଜପୁର ର ଅତିରିକ୍ତ ପୋଲିସ ଅଧିକ୍ଷକ Sh. Sitikantha Kanungo, ଓ ସମ୍ମାନିତ ଅତିଥି ଭାବେ P&C, SMS, TSK & NINL. Steel, Mills & Utilities Projects Head Sh. Manoj Kumar Pathak ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ l

ସଂଯୋଜକା ଆୟନା ମର୍ଜୀୟା ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କୋରେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଓ inspector ପ୍ରଶାନ୍ତ କୁମାର ତ୍ରିପାଠୀ, ପାଣିକୋଇଲି ଥାନା ଅଧିକାରୀ ରଂଜିତ ମହାନ୍ତି ଓ ଯାଜପୁର ରୋଡ଼ ଥାନା ଅଧକାରୀ ଆଶିଷ କୁମାର ସାହୁ ଙ୍କ ସଂମାନିତ କରାଯାଇଥିଲା l ଦୁଇ ଦିନର ଏହି ଉତ୍ସବରେ ସ୍କୁଲର ସମସ୍ତ ଶ୍ରେଣୀ ର ପିଲାମାନଙ୍କ ଦ୍ୱାରା ନାଚ, ଗୀତ, ବାଦ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିଲା l ଏହି ଉତ୍ସବକୁ ସ୍କୁଲର ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକ ଓ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *