ଏସ. ପି ଫାଉଣ୍ଡେସନର ପ୍ରଥମ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ଉଦଯାପିତ
ନିମାପଡା ,ଏସ ପି ଫାଉଣ୍ଡେସନ ଦ୍ଵାରା ଆୟୋଜିତ ଏବଂ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ନିମାପଡ଼ା ଦ୍ଵାରା ପରିଚାଳିତ ଜିଲ୍ଲା ସ୍ଥୁରୀୟ ଶିଶୁ ମହୋତ୍ସବ ଉଦଯାପିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନଙ୍କ ଲୁକାୟିତ ପ୍ରତିଭାକୁ ପରିପ୍ରକାଶ କରିବା ଏହି ଶିଶୁ ମହୋତ୍ସବର ମୁଳ ଲକ୍ଷ ଥିବା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ କରାଯିବ ବୋଲି ଆୟୋଜକ ଏସ. ପି ଫାଉଣ୍ଡେସନ ଅଧ୍ୟକ୍ଷ ଶ୍ୱେତପୂର୍ଣ ରାୟ ମହାପାତ୍ର ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଏବଂ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ. ଅଂଶଗ୍ରହଣ କରିଥିଲେ। ଏହି ଶିଶୁ ମହୋତ୍ସବରେ ବିଭିନ୍ନ ବିଭାଗରେ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତାରେ ଭାଗ ନେଇଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମର ଉଦଯାପନି ସମାରୋହରେ ମୁଖ୍ୟ ଅତିଥି ଭାବରେ ମାଇନ୍ସ ଡାଇରେକ୍ଟର ଅଶୋକ କୁମାର ବେହେରା ,ଅବସରପ୍ରାପ୍ତ ପ୍ରଫେସର କ୍ଷୀରୋଦ କୁମାର ରାୟ ମହାପାତ୍ର ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଚାରକ ଭାବରେ ଅୟଶକlନ୍ତ ମିଶ୍ର, ନିର୍ମଳ କୁମାର ମିଶ୍ର, ତ୍ରିଲୋଚନ ଦାଶ, ପୁଷ୍ପଲତା ନାୟକ, ପ୍ରଦୀପ୍ତ କୁମାର ମଲ୍ଲିକ, ସ୍ନିଗ୍ଧାରାଣୀ ରାଉତରାୟ, କାଳନ୍ଦୀ ଚରଣ ଜେନା ଉପସ୍ଥିତ ଥିବା ବେଳେ ନିରଞ୍ଜନ ପଳତା ମଞ୍ଚ ପରିଚାଳନା କରିଥିଲେ ।ଏହି ପ୍ରତିଯୋଗିତା ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଉପଦେଷ୍ଟା କ୍ଷିରୋଦ କୁମାର ରାୟ ମହାପାତ୍ରଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।
