କିଡ଼ନୀ ରୋଗରେ ଛଟପଟ ସବିତା, ଖବର ପାଇ ସବିତାଙ୍କ ଘରେ ପହଁଚିଲେ ଉତ୍ସର୍ଗ ଫାଉଣ୍ଡେସନ

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତର ବିଡ଼ାପାଜୁ ଗ୍ରାମର ପ୍ରହଲ୍ଲାଦ ନାଏକଙ୍କ ସ୍ତ୍ରୀ ସବିତା ନାଏକ । ସବିତା ଙ୍କ ପରିବାର କହିଲେ ସ୍ବାମୀ ପ୍ରହଲ୍ଲାଦ ଓ ୪ ଝିଅ। ।ସୂଚନା ଅନୁସାରେ ଆଗରୁ ପ୍ରହଲ୍ଲାଦ ଙ୍କ ପରିବାରରେ ଅଭାବଅନାଟନ ଲାଗି ରହିଥିଲେ ସୁଧା ପ୍ରହଲ୍ଲାଦ ଦିନ ମଜୁରିଆ ଭାବରେ କାର୍ଯ୍ୟକରୀ ପରିବାର ପ୍ରତିପୋଷଣ କରି ଦଉଥିଲେ ।କିନ୍ତୁ ଗତ ୧ବର୍ଷ ହେବ ହେବ ସବିତା କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଘରର ଚାରିକାନ୍ଥ ମଧ୍ୟରେ ଆଖିରୁ ଲୁହ ଗଡ଼ାଇ ଛଟପଟ ହେଉଛନ୍ତି।ପ୍ରହଲ୍ଲାଦ ଦିନ ମଜୁରୀଆ ଭାବେ କାର୍ଯ୍ୟକରି ବାରେ ବର୍ତ୍ତମାନ ଅସମର୍ଥ କାରଣ ସ୍ତ୍ରୀ ରୋଗଶଯ୍ୟାରେ ୪ଟି ଝିଅ କଥା ଭାବିଲା ବେଳକୁ ଯେମିତି ନିଜ ମୁଣ୍ଡ ଉପରେ ଥିବା ଆକାଶକୁ କଳା ବାଦଲ ଢାଙ୍କି ଦେଇଥିବା ଅନୁଭବ ହେଉଅଛି।ଅନ୍ୟପଟେ ଅଭାବ ଅନାଟନ ମଧ୍ୟରେ ପେଟର ଭୋକ ଅଥୟ କରିଦେଉଛି ତଥାପି ଦୁଃଖ ଭୁଲି ବଞ୍ଚିବା ପାଇଁ ସଂଗ୍ରାମ କରି ଚାଲିଛନ୍ତି ସବିତା । ପରିବାର ଲୋକଙ୍କ କହିବା ଅନୁସାରେ ଗତ ୧ ବର୍ଷତଳେ ସବିତା ଙ୍କ ଦେହ ଅସୁସ୍ଥ ହେବାରେ ଲାଗିଲା ପରେ ସ୍ୱାମୀ ସବିତା ଙ୍କୁ ନେଇ ଫୁଲବାଣୀ, ବ୍ରହ୍ମପୁର, ନୟାଗଡ଼, ଭୁବନେଶ୍ୱର ଭଳି ଅନେକ ମେଡିକାଲ କୁ ନେଇ ଚିକିତ୍ସା କରାଇଲେ। ପାଖରେ ଦିନ ମଜୁରିଆ କାର୍ଯ୍ୟ କରି ଯାହା ସମ୍ବଳ ଥିଲା ତା ସହିତ ସରକାର ଙ୍କ ଦ୍ୱାରା ପ୍ରଦତ୍ତ BSKY କାର୍ଡ଼ ରୁ ମଧ୍ୟ ଅର୍ଥ ଖର୍ଚ୍ଚ ହେବାରେ ଲାଗିଲା। ଶେଷରେ ଧରାଶାୟୀ ହୋଇ ଘରେ ପଡ଼ି ରହିଛନ୍ତି ସବିତା।ଖାଲି ସବିତା ନୁହେଁ ବରଂ ତାଙ୍କ ଗ୍ରାମରେ ଆହୁରି ୫ ଜଣ କୀଡୀନ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତେବେ ସବିତାଙ୍କ ପରିବାରରେ ଆର୍ଥିକ ଅବସ୍ଥାରେ ଟିକେ ସୁଧାର ଆଣିବା ପାଇଁ ଉନ୍ନତିତର ଚିକିତ୍ସାର ସହଯୋଗ ଯୋଗାଇଦେବା ପାଇଁ ସରକାରଙ୍କ ପାଖରେ ଅନୁରୋଧ କରିଛନ୍ତି ସବିତାଙ୍କ ପରିବାର।

ଏ ଖବର ଦଶପଲ୍ଲା ବ୍ଲକ ଟାକରା ଅଂଚଳରେ ଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ସଭ୍ୟମାନେ ଜାଣିବା ପରେ ଟ୍ରଷ୍ଟର ସମ୍ପାଦକ ନିହାର ରଞ୍ଜନ ମହାନ୍ତି, ସଭ୍ୟ ନାରାୟଣ ସାହୁ, ଚନ୍ଦନେଶ୍ୱର ଦାସ, ଚନ୍ଦ୍ରଶେଖର ନାଏକଙ୍କ ସମେତ ପରାମର୍ଶ ଦାତା କମିଟି ସଭ୍ୟ ରତ୍ନାକର ହୋତା ବୁଧବାର ସବିତାଙ୍କ ଘରେ ପହଂଚି ତାଙ୍କୁ କିଛି ରାସନ ସାମଗ୍ରୀ ସହିତ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ତା ସହିତ ସବିତାଙ୍କ ର ଅଧାରୁ ପାଠ ଛାଡିଥିବା ଝିଅ ସୋନାଲି ନାୟକଙ୍କୁ ବୁଗୁଡା କନ୍ୟାଶ୍ରମ ରେ ପୁଣି ନାମ ଲେଖାଇବା ପାଇଁ ବି ଇ ଓ କଂ ସହିତ ଯୋଗାଯୋଗ କରିଥିଲେ ।ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପୂର୍ବରୁ ଅନେକ ସେବା ମୂଳକ କାର୍ଯ୍ୟ କରି ଦଶପଲ୍ଲାରେ ଏକ ଚର୍ଚ୍ଚିତ ଅନୁଷ୍ଠାନ ରେ ପରିଗଣିତ ହୋଇପାରିଥିବା ବେଳେ ଅଂଚଳରେ ସବିତା ଙ୍କ ଶୀଘ୍ରତିଶୀଘ୍ର କିଭଳି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ।ଯଦି ସବିତା ଙ୍କୁ ସହଯୋଗ କରିବାକୁ ଚାଁହୁଛନ୍ତି ତେବେ ଯୋଗାଯୋଗ କରନ୍ତୁ ତାଙ୍କ ଫୋନ୍ ନମ୍ବର : ୮୪୮୦୦୧୬୮୨୪ ବୋଲି ଗ୍ରାମବାସୀ କହିଛନ୍ତି।

Leave a Reply

Your email address will not be published. Required fields are marked *