ମହାତ୍ମା ଗାନ୍ଧୀଙ୍କ୭୭ ତମ ବଳିଦାନ ଦିବସ
ବ୍ରହ୍ମପୁର – ୭୭ ତମ ବଳିଦାନ ଦିବସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ଗାନ୍ଧିନଗର ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।ସମବେତ ବିଭିନ୍ନ ସଂଗଠନର ନେତୃବୃନ୍ଦ ମହାତ୍ମା ଗାନ୍ଧୀ ଜିନ୍ଦାବାଦ ,ସାମ୍ପ୍ରଦାୟିକ ସଂପ୍ରୀତି ଜିନ୍ଦାବାଦ ଏବଂ ଗାନ୍ଧୀ ବାଦ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ।ଦେଶର ସାମ୍ପ୍ରତିକ ଅବସ୍ଥାରେ ଗାନ୍ଧିବାଦର ପ୍ରଚାର ଓ ପ୍ରସାର କରିବା ପାଇଁ ଜନସାଧାରଣ ଙ୍କୁ ଆହ୍ୱାନ ଦେଇଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ସିପିଏମ ର ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବ୍ରହ୍ମପୁର ସମ୍ପାଦକ ଶିଵ ପ୍ରସାଦ ମହାପାତ୍ର, କର୍ମଚାରୀ ନେତା ପ୍ରତାପ ଚୌଧୁରୀ, କୃଷକ ନେତା ଗୋପାଳ ପାଣିଗ୍ରାହୀ,ଓ ଓଶ୍ରୁ ନେତା ମଧୁ ବେହେରା, ଆଡଭୋକେଟ ଗୋକୁଳ ତ୍ରିପାଠୀ ,ଯୁବନେତା ରଞ୍ଜନ ପାତ୍ର,ଶ୍ରମିକ ନେତା ଲୋକନାଥ ଖୁଣ୍ଟିଆ,ପୁରୁଷୋତ୍ତମ ସାହୁ, ହେତୁବାଦୀ ମୋହନ ରାଓ ପ୍ରମୁଖ ଉପସ୍ଥିତ ରହି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
