ଲିଭ ଇନ ରିଲେସନର କରୁଣ ପରିଣତି..ଆପାର୍ଟମେଣ୍ଟ ରୁ ମୃତଦେହ ଉଦ୍ଧାର
– ଲିଭ ଇନ ରିଲେସନର କରୁଣ ପରିଣତି…ଆପାର୍ଟମେଣ୍ଟ ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ! କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର ସୁଧାଂଶୁ ଭୂଷଣ ବେହେରା ପିପିଲି ଥାନା ଅଞ୍ଚଳର ଜୈନିକା ଝିଅଙ୍କୁ ମାଟ୍ରିମୋନିଆଲ ସାଇଟରୁ ଯୋଗାଯୋଗ ହୋଇ ପ୍ରେମ କରି ଗୁଡ଼ିଆପୋଖରୀ ନିକଟ ଏକ ଆପାର୍ଟମେଣ୍ଟରେ ଗତ ଡିସେମ୍ବର ମାସ ଠାରୁ ଲିଭ ଇନ ରିଲେସନରେ ରହୁଥିଲେ! କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା, ଏ ନେଇ ଭୁବନେଶ୍ୱର ମହିଳା ଥାନାରେ ସୁଧାଂଶୁଙ୍କ ନାମରେ ବଳାତ୍କାର ଅଭିଯୋଗ ହୋଇଥିଲା ! ଗତକାଲି ରାତ୍ରିରେ ମହିଳା ଥାନା ଓ ପିପିଲି ପୋଲିସ ମିଳିତ ଭାବେ ଉକ୍ତ ଆପାର୍ଟମେଣ୍ଟ ଚଢ଼ାଉ କରିଥିଲେ ହେଲେ ସେ ସମୟରେ ସୁଧାଂଶୁ ଘରେ ନ ଥିଲେ! ପରେ ପୋଲିସ କିଛି ସମୟ ଲୁଚି ଅପେକ୍ଷା କରିବା ପରେ ସୁଧାଂଶୁ ଆପାର୍ଟମେଣ୍ଟକୁ ଆସିବା ଦେଖି ପୋଲିସ ଯାଇ ତାଙ୍କୁ ଡାକିଥିଲେ ହେଲେ ସେ କବାଟ ଖୋଳିନଥିଲେ! ପୋଲିସ କବାଟ ଭାଙ୍ଗି ଘରେ ପଶିବା ପରେ ସୁଧାଂଶୁ ରଶି ଲଗେଇ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ | ପୋଲିସ ତାଙ୍କୁ ଉଦ୍ଧାର କରି ପିପିଲି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ! ଏନେଇ ପିପିଲି ଥାନାରେ ଏକ ଅପମୁର୍ତ୍ତୃ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଚଳାଇଛି |
