ବିଦ୍ୟାର୍ଥୀମାନଙ୍କ ପାଇଁ ସୁରକ୍ଷିତ ପରିବେଶ
ପୁରୀ ପୋଲିସ ତରଫରୁ କଲେଜ ଜାଗୃତି ଅଭିଯାନର ଆୟୋଜନ।*ବିଦ୍ୟାର୍ଥୀମାନେ ଏକ ସୁରକ୍ଷିତ, ସଚେତନ ଓ ସାହସୀ ଶିକ୍ଷା ପରିବେଶରେ ଶିକ୍ଷା ଗ୍ରହଣ କରନ୍ତୁ, ସେଥିପାଇଁ ପୁରୀ ପୋଲିସ ତରଫରୁ ଏକ ବିଶେଷ “College Awareness Drive” ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମର ଶ୍ରୀଯୁକ୍ତ ପିନାକ ମିଶ୍ର, ପୁରୀ ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ଦିଗ୍ଦର୍ଶନ ଓ ନିର୍ଦ୍ଦେଶନାରେ ପୁରୀ ଜିଲ୍ଲାର ସବୁ ୪ଟି ପୋଲିସ ଉପଖଣ୍ଡ ତଥା ସିଟି, ସଦର, ନିମାପଡ଼ା ଓ ପିପିଲି ଅନ୍ତର୍ଗତ ବିଭିନ୍ନ କଲେଜରେ ଅନୁଷ୍ଠିତ ହୋଇଛି ।ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାର୍ଥୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ, ଶାରୀରିକ ସୁରକ୍ଷା, ନିଶା ଓ ସାଇବର ଅପରାଧ ବିଷୟରେ ସଚେତନ କରିବା । ପ୍ରତ୍ୟେକ କଲେଜରେ ଅଧିକାରୀମାନେ ନିଜ ଅଭିଜ୍ଞତା ଓ ଜ୍ଞାନ ସହ ବିଦ୍ୟାର୍ଥୀଙ୍କୁ ସମ୍ବୋଧନ କରି “ଯଦି କିଛି ଭଳି ନାହିଁ ଲାଗେ, ଚୁପ୍ ରୁହନ୍ତୁ ନାହିଁ – ସହଯୋଗ ନିଅନ୍ତୁ, ପୁରୀ ପୋଲିସ ଆପଣଙ୍କ ସହିତ ଅଛନ୍ତି” ବାଣୀ ଦେଇ ଉନ୍ମୁକ୍ତ ଆଲୋଚନା କରିଛନ୍ତି।ଏହି କାର୍ଯ୍ୟକ୍ରମ କଲେଜ/ସ୍କୁଲରେ ତଥା ନିମାପଡ଼ା ଉପଖଣ୍ଡ ରେ – ୫ଟି କଲେଜ, ସଦର ଉପଖଣ୍ଡରେ – ୬ଟି କଲେଜ ଓ ସ୍କୁଲ, ପିପିଲି ଉପଖଣ୍ଡ ରେ – ୨ଟି କଲେଜ, ସିଟି ଉପଖଣ୍ଡ ରେ – ୧ଟି ସ୍କୁଲ ମୋଟ: ୧୪ଟି କଲେଜରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହା ସହ ଅନେକ ଶିକ୍ଷା ପ୍ରତିଷ୍ଠାନ ଯେଉଁଠାରେ ବିଶେଷ ସେମିନାର, ଇଣ୍ଟରେକ୍ଟିଭ୍ ସେସନ୍, ଓ ପ୍ରଶ୍ନ-ଉତ୍ତର ଅଧିବେଶନ ଅନୁଷ୍ଠିତ ହୋଇଛି । ବିଦ୍ୟାର୍ଥୀମାନେ ତାଙ୍କର ଅନୁଭୂତି ଓ ଚିନ୍ତାବିନ୍ମୟ ମାଧ୍ୟମରେ ସ୍ୱତନ୍ତ୍ର ଭାବେ ଅଂଶ ନେଇଥିଲେ ।ଅଭିଯାନର ସଫଳତା ଓ ଆଗାମୀ ପଦକ୍ଷେପଏହି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ବିଦ୍ୟାର୍ଥୀ ଏକ ସୁରକ୍ଷିତ ଓ ମିଶାଣୁଆ ମନୋଭାବରେ ପୁରୀ ପୋଲିସ ସହ ତାଙ୍କର ଅନୁଭୂତି ବାଣ୍ଟିଛନ୍ତି । ଅନେକ କଲେଜରେ ରାଗିଂ, ମାନସିକ ଚାପ, ଏବଂ ସାଇବର ଠକେଇ ଭଳି ବିଷୟ ଉପରେ ଗଭୀର ଆଲୋଚନା ହୋଇଛି । ପୁରୀ ପୋଲିସ ଏହି ମାଧ୍ୟମରେ ଏକ ସ୍ଥାୟୀ “Student Support System” ଗଠନ କରିବା ଯୋଜନା ରଖିଛି, ଯେଉଁଥିରେ ମନୋବିଜ୍ଞାନୀ, ଲିଗାଲ୍ କଉନସିଲର୍ ଓ ପୋଲିସ ଅଧିକାରୀମାନେ ମିଶି ବିଦ୍ୟାର୍ଥୀମାନେ ସହ ଯୋଗାଯୋଗ ରଖିପାରିବେ ।ଏହି ସଫଳ କାର୍ଯ୍ୟକ୍ରମ ପରେ ପୁରୀ ପୋଲିସ ତାଙ୍କ ଏହି ଅଭିଯାନକୁ ଜିଲ୍ଲାର ସମସ୍ତ କଲେଜରେ ବ୍ୟାପକ କରିବା ଯୋଜନା ନେଇଛି । ଏଥିପାଇଁ ସମସ୍ତ କଲେଜ ଅଧିକାରୀ, ଅଭିଭାବକ ଓ ଶିକ୍ଷକମାନେ ଙ୍କ ସହଯୋଗ ଆବଶ୍ୟକ ।
