ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତ୍ତା ଆମର ଦାୟିତ୍ଵ – ଏସପି ପ୍ରତୀକ ସିଂ
କୋଣାର୍କ,୧୮.୧୧- କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ପୂରୀ ଆରକ୍ଷୀ ଅଧିକ୍ଷକ ଆଇପିଏସ ପ୍ରତୀକ ସିଂ ଙ୍କ ଅଧ୍ୟକ୍ଷତାରେ ଯାତ୍ରୀ ନିବାସ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦେଶ ବିଦେଶରୁ ଆସୁଥିବ ପର୍ଯ୍ୟଟକ ଆମ ପାଇଁ ଅତିଥି ସଦୃଶ। ସେମାନଙ୍କ ସୁରକ୍ଷା ଓ ନିରାପତ୍ତା ଆମର ଦାୟିତ୍ଵ ବୋଲି ଏସପି ଶ୍ରୀ ସିଂ କହିଥିଲେ। ସୂର୍ଯ୍ୟ ମନ୍ଦିରରେ ଗାଇଡ ଓ ଫୋଟୋ ଗ୍ରାଫର୍ ମାନଙ୍କ ସୁ ବ୍ୟବହାର, ଅଟୋ ଓ ଟ୍ୟାକ୍ସି ଚାଳକ ମାନଙ୍କ ସହଯୋଗ, ରେଷ୍ଟୁରାଣ୍ଟ , ହୋଟେଲ୍ ଓ ଲଜ୍ ମାନଙ୍କରେ ସୁନ୍ଦର ଆଥିଥେୟ ପ୍ରଦାନ କରାଯିବା ଉଚିତ୍। ଏଥି ସହିତ ସହରରରେ ସିସିଟିଭି ମୁତୟନ, ଅଧିକ ପିଟୋଲିଂ ବ୍ୟବସ୍ଥା, ବ୍ୟବସାୟୀ ମାନଙ୍କ ଉଚିତ୍ ବ୍ୟବସାୟ ଆଦି ଠିକ ରହିବା ଉଚିତ୍ ବୋଲି ଆଲୋଚନା କରାଯାଇଥିଲା। ଏହି ଅବସରରେ ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ, ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା ପ୍ରମୁଖ ଯୋଗ ଦେଇ ପର୍ଯ୍ୟଟକ ସୁରକ୍ଷା ଓ ନିରାପତ୍ତା ଉପରେ ଆଲୋକପାତ କରିଥିଲେ। ବୈଠକ ପୂର୍ବରୁ ଏସପି ଶ୍ରୀ ସିଂ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ତାଦରଖ କରିଥିଲେ। ଏହି ଅବସରରେ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ହୋଟେଲ ସଙ୍ଘ ସଭପତି ସୁବାସ ନାୟକଙ୍କ ସମେତ ହୋଟେଲ୍ ମାଲିକ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି କାର୍ଯକ୍ରମ ସଂଯୋଜନା କରିଥିଲେ।
