ସୁରକ୍ଷିତ ସମୁଦ୍ରସ୍ନାନ ପାଇଁ ପୁରୀରେ ଡାକବାଜି ଯନ୍ତ୍ର ଯୋଗେ ସଚେତନତା
ସୁରକ୍ଷିତ ସମୁଦ୍ରସ୍ନାନ ପାଇଁ ପୁରୀରେ ଡାକବାଜି ଯନ୍ତ୍ର ଯୋଗେ ସଚେତନତା,
ପୁରୀ ବେଳାଭୂମିରେ ଏବେ ଦିନକୁଦିନ ସମୁଦ୍ରସ୍ନାନ କାଳ ସାଜିଛି। କେତେବେଳେ ଉଚ୍ଚ ଲହଡି ମାଡରେ ପର୍ଯ୍ୟଟକ ମାନେ ସ୍ନାନ କରିବା ସମୟରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଆନ୍ତି ତ ଆଉ କେତେବେଳେ ରିପ୍ କରେଣ୍ଟ ଯୋଗୁଁ ମଧ୍ୟ ପର୍ଯ୍ୟଟକ ମାନେ ସମୁଦ୍ର ଭିତରକୁ ଚାଲିଯାଆନ୍ତି। ଏ ସବୁ ଘଟଣା କେବଳ ଅସାବଧାନତା ଓ ଲାଇଫଗାର୍ଡଙ୍କ କଥା ନ ଶୁଣିବାରୁ ଦେଖିବାକୁ ମିଳିଛି । ଆଜି ବଙ୍ଗଲକ୍ଷ୍ମୀ ହୋଟେଲ୍ ସମ୍ମୁଖ ବେଳାଭୂମିରେ ଲାଇଫଗାର୍ଡ ମାନେ ଡାକବାଜୀ ଯନ୍ତ୍ର ଦ୍ବାରା ପର୍ଯ୍ୟଟକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ଗଭୀର ସମୁଦ୍ର ଭିତରକୁ ନ ଯାଇ ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ସ୍ନାନ କରିବାକୁ ଲାଇଫଗାର୍ଡ ମାନେ ପର୍ଯ୍ୟଟକଙ୍କୁ ଅନୁରୋଧ କରିବା ସହ ସଚେତନ ମଧ୍ୟ କରୁଛନ୍ତି। ହେଲେ କିଛି ଅମାନିଆ ପର୍ଯ୍ୟଟକ ଲାଇଫଗାର୍ଡଙ୍କ କଥା ଶୁଣୁନଥିବା ଦେଖିବାକୁ ମିଳିଛି।
