ଚକୋଲେଟ ଦେଇ ରାଜ୍ୟ ରାଜପଥରେ ସଚେତନତା କାର୍ଯ୍ୟକ୍ରମ ।
ଚକୋଲେଟ ଦେଇ ରାଜ୍ୟ ରାଜପଥରେ ସଚେତନତା କାର୍ଯ୍ୟକ୍ରମ ।
ଗଣିଆ ୩୧/୦୧- ଗଣିଆରେ ଥିବା ଆରସି ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ରାସ୍ତା ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । NSS-PO- ସ୍ମୃତିରଞ୍ଜନ ବେହେରା, ଅଧ୍ୟକ୍ଷ ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା,ଓଡିଆ ଅଧ୍ୟାପକ ଜିତେନ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ଗଣିଆ -ଭୂବନେଶ୍ବର ରାଜ୍ୟ ରାଜପଥରେ ଏହି ସଚେତନତା କାର୍ଯ୍ୟକ୍ରମ କରିଥିଲେ । ବାଇକ୍ ଚଲାଇଲା ବେଳେ ହେଲମେଟ ପିନ୍ଧିବା,ଫୋନ ବ୍ୟବହାର ନକରିବା,ଚାରି ଚକିଆ ଯାନ ବ୍ୟବହାର ସମୟରେ ସିଟ୍ ବେଲ୍ଟ ପିନ୍ଧିବା,ଟ୍ରାଫିକ ନିୟମ ମାନିବା,ଦ୍ରୁତଗତିରେ ଗାଡି ନଚଲେଇବା,ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ସଚେତନ କରାଯାଇଥିଲା । ହେଲମେଟ୍ ପିନ୍ଧି ଯାତାୟତ କରୁଥିବା ଚାଳକଙ୍କୁ ଚକୋଲେଟ ଦେଇ କୃତଜ୍ଞତା ଜ୍ଞାପନ କରିଥିଲେ । ନିଜର ଜୀବନ ମୂଲ୍ୟବାନ ଅଟେ ତେଣୁ ଯତ୍ନର ସହିତ ଗାଡି ଚଲାନ୍ତୁ ବୋଲି ସେମାନେ ଗାଡି ଚାଳକଙ୍କୁ ପରାମର୍ଶ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏଭଳି ସଚେତନତା କାର୍ଯ୍ୟକ୍ରମ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
