ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସହିଦ୍ ଦିବସ ପାଳିତ
କୋଣାର୍କ,୨୩.୦୩()- ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର କୋଣାର୍କ ନିକଟସ୍ତ ନୂଆଗାଁ ଆର୍ତ୍ତତ୍ରାଣ କାର୍ତିକେଶ୍ଵର ବିଦ୍ୟାପୀଠ ପରିସରରେ ନେହେରୁ ଯୁବ କେନ୍ଦ୍ର ପୁରୀ ଓ ଫ୍ରେଣ୍ଡ୍ସ୍ କ୍ଲବର ମିଳିତ ସହଯୋଗରେ ସହିଦ୍ ଦିବସ ପାଳିତ ହୋଇଯାଇଛି। ସହିଦ୍ ଭଗତ ସିଂହ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା।

ଫ୍ରେଣ୍ଡସ କ୍ଲବର ସଭାପତି ରାମକୃଷ୍ଣ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏନ୍ ସି ସି ଅଧିକାରୀ ଦିଲ୍ଲୀପ କୁମାର ନାୟକ, ସିକ୍ଷlବିତ୍ ଚିତ୍ରlଞ୍ଜଳୀ ନାୟକ , ନିରଞ୍ଜନ ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇ ଯୁବସମାଜ ଭଗତ ସିଂ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜସ୍ଵସି ରାୟ, ଦିଲୀପ କୁମାର ଜେନା, ଅନିଲ ସ୍ୱାଇଁ, ପ୍ରିୟ ରଂଜନ ରଥ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
