ଭାଇ ଚାରା ର ସୌହାର୍ଦ୍ଦ୍ୟ ନେଇ ଆଡ଼ମ୍ବରରେ ଫେରିଛି ସାହିଜାତ।ବୀର ବାଦ୍ୟ ରେ ନାଗା ଠାଣି ରେ ଦୁଲୁକୁଛି ଦାଣ୍ଡ।
ଭାଇ ଚାରା ର ସୌହାର୍ଦ୍ଦ୍ୟ ନେଇ ଆଡ଼ମ୍ବରରେ ଫେରିଛି ସାହିଜାତ।ବୀର ବାଦ୍ୟ ରେ ନାଗା ଠାଣି ରେ ଦୁଲୁକୁଛି ଦାଣ୍ଡ।ଚନ୍ଦନ ଓ ମଲି ଫୁଲିଆ ଅତରରେ ମହକୁଛିସାହି ସମରକଳା,ଲୋକକଳା,ଲୋକନୃତ୍ୟ,ଲୋକବାଦ୍ୟ ଓ ଲୋକ ଗୀତର ଏହି ସର୍ବବୃହତ ମୁକ୍ତାକାଶ ଯାତ୍ରା ରେ ବିଭୋର ହୋଇଛନ୍ତି ସାହି ବସିନ୍ଦା।ଶ୍ରୀମନ୍ଦିରରୁ କାଳିକା ଦେବୀ ସାହି ମେଳ ଚରୁ ଅନ୍ନ ଗ୍ରହଣ କରିବା ପରେ ସାହିଜାତ ର ଆଦ୍ୟ ପର୍ବ ରାମ ଜନ୍ମଲୀଳା ପ୍ରଦର୍ଶିତ ହୋଇଛି।ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା।ସୁଦ ସୁଆର ଭଣ୍ଡାର ଘର ଆଗରେ ପୋଛା ମାରିବା ପରେ ପୂଜା ପଣ୍ଡା ସାମନ୍ତ ପଞ୍ଚବର୍ଣ ମୁରୁଯରେ ଜନ୍ମମଣ୍ଡଳ କାଟିଥିଲେ।ମଧ୍ୟାହ୍ନ ଧୂପ ସରିବା ପରେ ଦକ୍ଷିଣୀ ଘର ଭୋଗ ସାରି ଶ୍ରୀ ରାମଚନ୍ଦ୍ର ବିଗ୍ରହ ଙ୍କୁ ମହାଜନ ସେବକ ମାନେ ରତ୍ନ ସିଂହାସନରେ ବିଜେ କରାଇଥିଲେ।ଗଣ୍ଡମାଳ ଜାଗାରୁ ଶ୍ରୀରାମ,ଲକ୍ଷ୍ମଣ,ଭରତ,ଶତ୍ରୁଘ୍ନ ଓ ଋଷିସୃଗ ବାହାରି ଶ୍ରୀମନ୍ଦିର ଯାଇଥିଲେ,ପରେ ରଥରେ ସବାରହୋଇ ସାହି ପରିକ୍ରମା କରିଥିଲେ।

ଶ୍ରୀମନ୍ଦିରରେ ମହାଜନ ସେବକ ଙ୍କ ପକ୍ଷରୁ ୨ଜଣ ଦଶରଥ ଓ କୌଶଲ୍ୟା ଭୂମିକାରେ ଅଭିନୟ କରିଥିଲେ।ଏହି ଅଵସରରେ ଚାରି ପଟେ ଖଣ୍ଡୁଆପାଟ ଘୋଡ଼ାଯାଇ ଜନ୍ମବିଧି କରାଯାଇଥିଲା।ମହାସୁଆର ସେବକ ଗୁଣ୍ଡୁସ ମସଲା ଓ କ୍ଷୀର ମଣୋହି କରିଥିଲେ।ମହାସୁଆର ଜୟବିଜୟ ଦ୍ୱାର ଠାରେ ଚରୁ ଭାତ ମଣୋହି କରିଥିଲେ। ସେହି ଚରୁ ଅନ୍ନ କାଳିକାଦେବୀ ସାହି ମେଳ ଗ୍ରହଣ କରିବା ପରେ ସାହି ଜାତ ର ରାମ ଜନ୍ମ ଲୀଳା ଆରମ୍ଭ ହୋଇଥିଲା।ରାତି ୧୦ଟା ପରେ ଦକ୍ଷିଣକାଳି ଆଖଡାରୁ ଜାତ ପଟୁଆର ବାହାରିଥିଲା।ଶ୍ରୀରାମ ଭୂମିକାରେ ଆଦିତ୍ୟ ପଣ୍ଡା,ଲକ୍ଷ୍ମଣ ଭୂମିକାରେ ଦେବରାଜ ମହାନ୍ତି,ଭରତ ଭୂମିକାରେ ଦେବରାନ୍ସ ଦିକ୍ଷୀତ ,ଶତ୍ରୁଘନ ଭୂମିକାରେ ଜଗନ୍ନାଥ ମିଶ୍ର ଙ୍କ ସମେତ ଅନ୍ୟ ଭୂମିକାରେ ମାନସ କୁମାର ଦାସ ଙ୍କୁ ଦେଖିବାକୁ ମିଳିଛି ଏଥିସହ ନର୍ସିରା,ବିରକର୍ଣ,ନୃସିଂହକାଳୀ ମେଢ଼ ,ତରବୀର ଚାଳନା,ଫୁଲ ମେଢ଼ ,ଦଶାବତାର ,ନବଶୀରା,ନାଗା,ସମର କଳା ପ୍ରଦର୍ଶନ କରାଯାଇଥିଲା।ଦକ୍ଷିଣକାଳୀ,କାକୁଡ଼ି ଖାଇ,ନବାତଖାନା ,ଉତ୍ତରକାଳି ପର୍ଯ୍ୟନ୍ତ ଯାତ୍ରା କରି ଲେଉଟାଣି କରିଥିଲେ।ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ସମର କଳା ଚାଲିଥିଲା।ଜାତ ଦେଖିବାପାଇଁ ସାହିମାନଙ୍କରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭେଣ୍ଡିଆ ଯୁବକ ମାନେ ଦେଖିବା ପାଇଁ ଚାହିଁ ବସି ରହିଥିବା ଦେଖିବାକୁ ମିଳିଥିଲା।
