ଅନାଲୋଚିତ ହୋଇ ରହିଯାଇଛି ସାହିତ୍ୟ ସାରଥି ଭାଗୀରଥି ମହାପାତ୍ରଙ୍କ କୃତି

ଅନାଲୋଚିତ ହୋଇ ରହିଯାଇଛି ସାହିତ୍ୟ ସାରଥି ଭାଗୀରଥି ମହାପାତ୍ରଙ୍କ କୃତି

ପ୍ରାକ୍ ସ୍ବାଧିନତା କାଳରେ ଉତ୍କଳ ର ସାରସ୍ଵତ ଭଣ୍ଡାର କୁ ଋଦ୍ଧିମନ୍ତ କରିଥିବା କବି ଭାଗୀରଥି ମହାପାତ୍ର ଙ୍କର ସଂକ୍ଷିପ୍ତ ଜୀବନୀ ପୁସ୍ତକ ଭାଗବତ କଲ୍ୟାଣ ମଣ୍ଡପ, ନୂଆବଜାର ଠାରେ ଲୋକାର୍ପିତ ହୋଇଛି। ତାଙ୍କ ରଚିତ ବିଭିନ୍ନ ନାଟକ, ଗୀତିନାଟ୍ୟ, ଉପନ୍ୟାସ, କବିତା,ପ୍ରବନ୍ଧ,ଗଳ୍ପ, ପାଠ୍ୟପୁସ୍ତକ ସର୍ବୋପରି ବିବିଧ ରତ୍ନ ସଂଗ୍ରହ ନାମରେ “ରତ୍ନ କୋଷ”ଉତ୍କଳ ଭାଷା ସାହିତ୍ୟ ପ୍ରତି ଦାନ ଅତୁଳନୀୟ। ଗରଦପୁର ସ୍ଥିତ ଭାଗୀରଥି ପାଠାଗାର ର ସଦସ୍ୟ ବୃନ୍ଦ, ଗ୍ରାମ ବାସୀ, ସ୍ମୃତି କମିଟିର ସଭ୍ୟ ସଭ୍ୟା ଓ ମହାପାତ୍ର ପରିବାର ଦ୍ୱାରା ଆୟୋଜିତ ସଭାକୁ ପାଠାଗାର ର ସଭାପତି ଲକ୍ଷ୍ମଣ କୁମାର ମହାନ୍ତି ସଭା ପରିଚାଳନା କରିଥିଲେ। ଯୁଗ୍ମ ସମ୍ପାଦକ ପ୍ରଦ୍ୟୋତନ ସୁଆର,ସୁଧାନ୍ସୂ ଶେଖର ମହାନ୍ତି, କସ୍ତୁରୀ ମହାନ୍ତି, ହରିହର ମହାନ୍ତି ସୁଶାନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ। ପଣ୍ଡିତ ବିଜୟ କୁମାର ଅଗସ୍ତିଙ୍କ ମଙ୍ଗଳା ଚରଣ,ପଣ୍ଡିତ ଘନଶ୍ୟାମ ଲେଙ୍କା ଙ୍କ ବେଦ ଧ୍ୱନି ମଧ୍ୟରେ ଅତିଥି ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ କବି ଭାଗୀରଥି ଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳିତ କରିଥିଲେ। ସ୍ମୃତି କମିଟିର ସମ୍ପାଦକ ବିଜୟ କୁମାର ବହଳୀ ପ୍ରାରମ୍ଭିକ ସୂଚନା ଦେବାସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅନାଲୋଚିତ କବି ଭାଗୀରଥି ମହାପାତ୍ର ଙ୍କର ସାହିତ୍ୟ କୃତି ସଂପର୍କରେ ବିଭିନ୍ନ ଦିଗରୁ ଗବେଷକ ଡଃ ମନୀନ୍ଦ୍ର ମହାନ୍ତି, ଡଃ ରାଧାରାଣୀ ମହାପାତ୍ର, ଡଃ ପ୍ରଭାତ କୁମାର ମହାନ୍ତି, ଡଃ ପ୍ରଭାତ ନଳିନୀ ମହାପାତ୍ର, ଅଧ୍ୟାପିକା ଝରଣା ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଲଲାଟେନ୍ଦୁ ମହାନ୍ତି, ସଂପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ପ୍ରେମ ପୃଥିବୀର ସଂପାଦକ କୈଳାଶ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ ହରମୋହନ କୁଅଁର,ଶିକ୍ଷକ ଗୈ।ତମ ମହାରଣା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ତାଙ୍କ ରଚିତ ପ୍ରକାଶିତ ଓ ଅପ୍ରକାଶିତ ପୁସ୍ତକର ପ୍ରକାଶନ ପାଇଁ ଡଃ ମନୀନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଗଲା।ଏହି ସଭାରେ ଶିକ୍ଷାବିତ ଶାନ୍ତନୁ କୁମାର ରାଉତ,କବି ଗୀତା ରାଣୀ ଆଇଚ, ସମାଜସେବୀ ସୁଧାକର ରାଉତ, ରତିକାନ୍ତ ଦାଶ, ମୁକ୍ତିକାନ୍ତ ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ଜାନକୀ ଲତା ମହାନ୍ତି, ରାମଚନ୍ଦ୍ର କର, ଅମୂଲ୍ୟ କୁମାର ପାଢ଼ୀ, ହୃଷୀକେଶ ମହାନ୍ତି, ନରେନ୍ଦ୍ର ପ୍ରସାଦ ମହାପାତ୍ର, କୈଳାଶ ଚନ୍ଦ୍ର ଦାସ, ମଧୂସୁଦନ ତ୍ରିପାଠୀ, ରବିନାରାୟଣ ଜେନା ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦାନ କରି କବି ଭାଗୀରଥି ମହାପାତ୍ର ଙ୍କୁ ଓଡ଼ିଶାରେ ଉପଯୁକ୍ତ ସାରସ୍ଵତ ସମ୍ମାନ ଦେବା ପାଇଁ ସାମୁହିକ ଉଦ୍ୟମ କରି ବାକୁ ସଂକଳ୍ପ କରିଥିଲେ। ପାଠାଗାରର ସଭାପତି ତଥା ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ ସମସ୍ତ ଙ୍କ ସହଯୋଗ ଏବଂ ସଭାକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *