ସାଇ ନୃତ୍ୟ କଳା ନିକେତନ ପକ୍ଷରୁ ଏସ୍.ବି.ଡି. ଇଣ୍ଟରନେସନାଲ ସ୍କୁଲରେ ରକ୍ତଦାନ
ସାଇ ନୃତ୍ୟ କଳା ନିକେତନ ପକ୍ଷରୁ ଏସ୍.ବି.ଡି. ଇଣ୍ଟରନେସନାଲ ସ୍କୁଲରେ ରକ୍ତଦାନ, ବୃକ୍ଷରୋପଣ ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି l ସାଇ ଡ୍ୟାନ୍ସ ଏକାଡେମୀରେ ଅଧ୍ୟକ୍ଷ ମନୋଜ କୁମାର ବାରିକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରରେ ସମାଜସେବୀ ଅନିରୁଦ୍ଧ ମହାନ୍ତି, ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଗଙ୍ଗାଧର ହୋତା, ପ୍ରଶାନ୍ତ କୁମାର ଦାସ, ଓଲିଉଡର କୋରିଓ ଗ୍ରାଫର ଦିବ୍ୟାଜ୍ୟୋତି ନାୟକ ଓ ଡାକ୍ତର ସୌଭାଗ୍ୟ ରଞ୍ଜନ ସୁବୁଦ୍ଧି ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏଥିସହିତ ପିଲାମାନଙ୍କ ବିକାଶ ପାଇଁ ସାଇ ନୃତ୍ୟ କଳା ନିକେତନ ର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ l ଏହି ଅବସରରେ ସାଇ ନୃତ୍ୟ କଳା ନିକେତନ ପକ୍ଷରୁ ଏକ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ ଭଳି ଅନେକ ପ୍ରତିଯୋଗିତା କରାଯାଇଥିଲା l ଏହି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ସାଇ ନୃତ୍ୟ କଳା ନିକେତନ ପକ୍ଷରୁ ପକ୍ଷରୁ ପୁରସ୍କୃତ କରାଯାଇଥିଲା l ଏହି ରକ୍ତଦାନ ଶିବିରରେ ୨୦ ୟୁନିଟ ରକ୍ତ ସଂଗୃହିତ ହେଇଥିଲା l
