ସାଇ ସୁଜୁକିର ଦୁଇ ଦିନିଆ ଫ୍ରି ସର୍ଭିସ କ୍ୟାମ୍ପ ଉଦଯାପିତ
ବ୍ୟାସନଗର, ୧୫/୧୨: ଯାଜପୁର ରୋଡ୍ ସନ୍ତର ସ୍ଥିତ ଓମ୍ ସାଇ ସୁଜୁକି ତରଫରୁ ଦୁଇଦିନିଆ ଫ୍ରି ସର୍ଭିସ କ୍ୟାମ୍ପ ରବିବାର ଉଦଯାପିତ ହୋଇଯାଇଛି l କମ୍ପାନିର ଶୀତଦିନିଆ ‘ଡିସେମ୍ବର ଟୁ ରିମେମ୍ବର’ କାର୍ଯ୍ୟକ୍ରମ ଶନିବାର ଓ ରବିବାର ଦୁଇଦିନ ଧରି ଗ୍ରାହକଙ୍କ ପାଇଁ ଫ୍ରି ୱାସିଂ, ସର୍ଭିସିଂ, ଲ୍ୟୁବ୍ ଉପରେ ସ୍ବତନ୍ତ୍ର ରିହାତି ସାଙ୍ଗକୁ ଲକି ଡ୍ର କୁପନ ବ୍ୟବସ୍ଥା ରହିଥିଲା | ଆଜି ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ବସନ୍ତ କୁମାର ସାହୁ ଯୋଗଦେଇ ଶିବିରକୁ ଉଦଯାପନ କରିଥିଲେ l ଓମ୍ ସାଇ ସୁଜୁକି ସ୍ବତ୍ବାଧିକାରୀ ବିପିନ କୁମାର ସାହୁ ଅଫର ସମ୍ପର୍କରେ ଉପସ୍ଥିତ ଗ୍ରାହକଙ୍କୁ ସୂଚନା ଦେଇଥିଲେ l ଏହି କ୍ୟାମ୍ପରେ ୧୪୯ ଟି ଗାଡ଼ିର ଫ୍ରି ସର୍ଭିସ ହୋଇଥିବା ବେଳେ ୧୬ ଜଣ ଗ୍ରାହକ ଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିବା ସୂଚନା ମିଳିଛି l ୱାର୍କସପ ପରିଚାଳକ ତପନ କୁମାର ଦାସ, ସେଲ୍ସ ପରିଚାଳକ ପ୍ରଶାନ୍ତ କୁମାର ମିଶ୍ର, ହେମନ୍ତ କୁମାର ନାୟକ, ଦିଲୀପ ବୋଇତାଇ, ପରମେଶ୍ବର ରାଉତ, ନାରଣ ସାମଲ, ବିନୋଦ ସାହୁ, ସୁମିତ୍ରା ମଣ୍ଡଳ, କାବେରୀ ପାଢ଼ୀ, ଅନୁପମ ଧଳ, ରଘୁନାଥ ମହାପାତ୍ର ଙ୍କ ସମେତ ସୋ’ରୁମ୍ର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l
