ସାଈ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା

ପୁରୀ,୧୫/୧୨: ପୁରୀ ତାଳବଣିଆସ୍ଥିତ ସାଈ ବିଦ୍ୟାମନ୍ଦିରର ଦ୍ବିତୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ସେଠୀ ବିଭିନ୍ନ ଉଦାହରଣ ଛଳରେ ପିଲା ମାନଙ୍କ ମଧ୍ୟର ଅନେକ ପ୍ରତିଭା ରହିଛି ଓ ଏହାର ଉନ୍ମେଷ ପାଇଁ ଉଦ୍ୟମ କରିବାକୁ ଅନୁରୋଧ କରିଥିଲେ।।

ଏଣୁ ନିଜ ଇଚ୍ଛାକୁ ପିଲାଙ୍କ ଉପରେ ନ ଲଦି, ପିଲାମାନଙ୍କୁ ଚାପ ଗ୍ରସ୍ତ ନ କରାଇ ସେମାନେ କ’ଣ କରିବାକୁ ଚାହୁଁଛନ୍ତି, ତାକୁ ଗୁରୁତ୍ବ ଦେବା ଜରୁରୀ ବୋଲି ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଗୋପାଳ ଚନ୍ଦ୍ର ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୁନି କୁନି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡ଼ା ପ୍ରତି ଛାତ୍ରଛାତ୍ରୀମାନେ ରୁଚି ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚକୋଲେଟ୍ ଦୌଡ଼ରେ ଲଳିତା ମଞ୍ଜରୀ ପ୍ରଥମ, ଆଦର୍ଶ ଅଭିଜ୍ଞାନ ସାହୁ ଦ୍ବିତୀୟ ଓ ଅଭିନନ୍ଦନ କୁମାର ତୃତୀୟ ହୋଇଥିଲେ। ଆଳୁ-ଚାମଚ ଦୌଡ଼ରେ ଶାନ୍ତି ସୁଲଗ୍ନା ସାହୁ ପ୍ରଥମ, ସ୍ପନ୍ଦନ ରେଡ୍ଡୀ ଦ୍ବିତୀୟ ଓ କ୍ରିତୀକ୍ଷା ପ୍ରିୟଦର୍ଶିନୀ ତୃତୀୟ, ବଲ୍ ଗୋଟାରେ ଅଦ୍ୟାଶା ଅଭିଲିପ୍ସା ପ୍ରଥମ, ଲଳିତ ମଞ୍ଜରୀ ଦ୍ବିତୀୟ ଓ ଦିବ୍ୟାଂଶୀ ପ୍ରିୟଦର୍ଶିନୀ ତୃତୀୟ ଏବଂ ଗଣିତ ପ୍ରତିଯୋଗିତାରେ ପ୍ରିୟମ୍ବଦା ବାରିକ ପ୍ରଥମ, କ୍ରିତୀକ୍ଷା ପ୍ରିୟଦର୍ଶିନୀ ଦ୍ବିତୀୟ ଓ ଦିବ୍ୟାଂଶୀ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫେସର ଭଗବାନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ଶିକ୍ଷକ ରେଖା ଦାସ, ସୁରେଖା ଜେନା, ଦେବଶ୍ରୀ ଜେନା, ପ୍ରଜ୍ଞା ମହାନ୍ତି, ଅନୁରୂପା ମହାରଣା, ଗାୟତ୍ରୀ ତ୍ରିପାଠୀ, କବିତା ମଲ୍ଲିକ, ଷ୍ଟାଫ ରୁପାଲି ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *