ଶଙ୍କରାଖୋଲ ଚର୍ଚ୍ଚ ରେ ସାଧୁ ଥୋମାସ ପର୍ବ ପାଳନ ।
ଚକାପାଦ ୦୩/ ୦୭ /୨୫ ଶ ନକରଖୋଲ୍ ଚକାପାଦ ବ୍ଲକ ଶଙ୍କରାଖୋଲ ରେ ଥିବା କାତଲିକ ଚର୍ଚ୍ଚ ଠାରେ ଏକ ଇଷ୍ଟ ସାଧୁ ଥୋମାସ ପାରିସ ପର୍ବ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ରୁ ଆସିଥିବା ଆର୍ଚ୍ଚବିଷଫ ଯୋହନ ବରୁୱା, ସନମାନିତ ଅତିଥି ସ୍ଥାନୀୟ ସରପଞ୍ଚ ଜାନକୀ ପ୍ରଧାନ , ଚର୍ଚ୍ଚ ର ମୁଖ୍ୟ ଯାଜକ ସୁଶାନ୍ତ କହଁର , ସହକାରୀ ଯାଜକ କୁଳକାନ୍ତ ଦଣ୍ଡସେନା, ସାମ୍ବାଦିକ ବାଳକୃଷ୍ଣ କହଁର ଯୋଗଦେଇଥିଲେ ! ମୁଖ୍ୟ ଅତିଥି ଙ୍କୁ ପ୍ରୋସେସନ ସହିତ ନାଚ ମାଧ୍ୟମରେ ଧର୍ମାଧକ୍ଷ ଓ ଯାଜକ ମାନଙ୍କୁ ବେଦି ନିକଟ କୁ ପାଛୋଡ଼ି ଅଣାଯାଇଥିଲା ! ଏଥି ସହ ଅଞ୍ଚଳ ର ଯାଜକ ମାନେ ଓ ଖ୍ରୀଷ୍ଟଧର୍ମ ଲୋକମାନେ ଉପସ୍ଥିତ ରହି ଗଗ୍ ଥୋମାସ ଙ୍କ ଜରିଆରେ ପ୍ରାର୍ଥନା କରାଯାଇ ବଡ଼ ଆଡମ୍ବର ସହକାରେ ପାଳିତ ହୋଇଥିଲା ! ଏଠାରେ ୩୦୦ ସହ ରୁ ଅଧିକ ଲୋକ ଉପସ୍ଥିତ ରହିଥିବା ବେଳେ ଯାଜକ ମାନେ ଯୀଶୁ ଙ୍କ ବାଣି ସହ ତାଙ୍କ ର ନିତି ଅନୁସରଣ କରି ପଥ ଚାଲିବାକୁ ପରାମର୍ଶ ଦେଇଥିଲେ ଏବଂ ଶେଷରେ ସଂସ୍କୃତିକ ନାଚ ଗୀତ କରିଥିଲେ ।
