ବିରିଡି ବ୍ଲକ ହାଜିପୁର ଠାରେ ସନାତନ ଧର୍ମର ପ୍ରଚାର ପ୍ରସାର ସହିତ ସାଧୁ ସନ୍ଥ ସମ୍ମିଳନୀ ଅନୁଷ୍ଠିତ
Date-19/04/25- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ହାଜିପୁର ଠାରେ ସନାତନ ଧର୍ମର ପ୍ରଚାର ପ୍ରସାର ସହିତ ସାଧୁ ସନ୍ଥ ସମ୍ମିଳନୀ ଓ ମାଳିକା ଭକ୍ତ ସମାବେଶ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବରେ ପୁରୀ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ମାମନ୍ତ ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଵାବା ଅରକ୍ଷିତ ଦାସ, ମହନ୍ତ ପ୍ରଶାନ୍ତ ଦାସ ପ୍ରମୁଖ ବହୁ ସାଧୁ ସନ୍ଥ ମାନେ ଯୋଗଦେଇ ସନାତନ ଧର୍ମର ପ୍ରଚାର ପ୍ରସାର ଓ ମାଲିକ ବର୍ଣ୍ଣିତ କଥା ବସ୍ତୁ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ଥିଲେ । ଦୁଇ ଦିନ ଧରି ଚାକିବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ଆଧ୍ୟାତ୍ମିକବାଦ ଓ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଥିଲା ।
