ଲୁଣିଆ ଶହୀଦ ଦିବସ

ଭଦ୍ରକ ୨୨.୦୯.୨୦୨୫ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଶହୀଦ ସ୍ମୃତି କମିଟି, ଲୁଣିଆ, ଶହୀଦନଗର ମିଳିତ ଆନୁକୁଲ୍ୟରେ ଶହୀଦ ଦିବସ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଦିବସରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଲାପାଳ ଦିଲିପ ରାଉତରାଏ, ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ ରାଉତ, ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ, ଜିଲ୍ଲା ସଂସ୍କୃତି ଅଧିକାରୀଣୀ ତନୁଜା ସିର୍କା, ସ୍ୱାଧିନତା ସଂଗ୍ରାମୀ ବ୍ରଜ କିଶୋର ରାଉତ, ରଘୁନାଥ ଲେଙ୍କା, ହରେକୃଷ୍ଣ ପାଢୀ, ସ୍ନେହାସିଶ ପଣ୍ଡା, ବୈଲୋଚନ ଜେନା ଏବଂ ଅନ୍ୟାନ୍ୟ ନେତୃମଣ୍ଡଳୀମାନେ ଉପସ୍ଥିତ ରହି ଶହୀଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ ସହିତ ତିଳତର୍ପଣ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ଭାରତ ସ୍ୱାଧିନତା ସଂଗ୍ରାମର ଇତିହାସରେ ଲୁଣିଆ ଗୁଳିକାଣ୍ଡର ବିଶେଷ ସ୍ଥାନ ରହିଛି ।

1942 ମସିହାର “ଭାରତ ଛାଡ” ଆନ୍ଦୋଳନର ପରିପେକ୍ଷୀରେ ଭଦ୍ରକ ଜିଲ୍ଲାରେ ଏହି ମଇଦାନରେ ସ୍ଥାନୀୟ ସ୍ୱାଧିନତା ସଂଗ୍ରାମୀମାନେ ବ୍ରିଟିସ ଶାସନ ବିରୋଧୀ ଉଦ୍ଧୋଷଣ କରିଥିଲେ । ବ୍ରିଟିଶ ପୋଲିସ ର ଗୁଳିକାଣ୍ଡ ଦ୍ୱାରା ଅତି ନିର୍ମମଭାବେ 9 ଜଣ ସ୍ୱାଧିନତା ସଂଗ୍ରାମୀ ଶହୀଦ ହୋଇଥିଲେ । 1942 ଭାରତ ଛାଡ ଆନ୍ଦୋଳନର ଅମର ଶହୀଦ ନିଧି ମହାଳିକ, ଅଗଣା ସାହୁ, କୃଷ୍ଣ ମହାଳିକ, ଗୋପିନାଥ ଯେନା, ଗୌରୀ ଯେନା, ଚିନ୍ତାମଣି ଦାସ, ଶଙ୍କର ବେହେରା, ଶ୍ୟାମ ମହାଳିକ ଙ୍କ ସ୍ମୃତିରେ ପ୍ରତ୍ୟେକ ବର୍ଷ 22 ସେପ୍ଟେମ୍ୱର ରେ ପାଳନ କରାଯାଏ । ଏହାପରେ ମନ୍ତ୍ରୀଙ୍କ ସମ୍ମୁଖରେ ଶହୀଦମାନଙ୍କ ସ୍ମୃତିରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ, ଭଦ୍ରକ ଓ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ ସେଠାରେ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିରରେ ପହଞ୍ଚି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସଂଧ୍ୟାରେ ଶହୀଦନଗର ପଡିଆରେ ଏକ ବିରାଟ ସଭା ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *