ଗାଁ ଡ୍ରାମାରେ ସମଲପୁରୀ ନୃତ୍ୟ ଓ କମେଡି ଷ୍ଟାର ଗୁଲୁୁଆ।

କୋଣାର୍କ ନିକଟସ୍ଥ ବାଲିଦୋକାନ ବାବା ବଟେଶ୍ୱର ମହାଦେବଙ୍କ ପବିତ୍ର ମକର ମେଳା ଉପଲକ୍ଷେ ମୁକ୍ତମଞ୍ଚ ନାଟକ ଅନୁଷ୍ଠିତ ହୋଇଯାଇଛି। ମା ତାରିଣୀ ଯାତ୍ରା କମିଟି ରଇତିସାହି ପକ୍ଷରୁ ମଞ୍ଚସ୍ଥ ହୋଇଯାଇଛି ସୁପରହିଟ ସାମାଜିକ ନାଟକ ଆଖି ଅବୁଝାକୁ ଲୁହ ଅବୁଝା। ଗ୍ରାମାଞ୍ଚଳରେ ନାଟ୍ୟ କଳାର ବିକାଶ ଓ ମନୋରଞ୍ଜନ ପାଇଁ ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ଵାରା ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗୀତା ଆୟୋଜିତ ହୋଇଥାଏ। ନାଟକଟିକୁ ବଳିଆ ସାର୍ ବଳିଷ୍ଠ ନିର୍ଦ୍ଦେଶନା ଦେଇଥିବା ବେଳେ ପିଣ୍ଟୁ ଗୁରୁ, ସଞ୍ଜୟ ପରିଡ଼ା ଓ ବିଜୟ ଗୁରୁ ପ୍ରମୁଖ ନାଟ୍ୟ ପରିଚାଳନା କରିଥିଲେ। ନାଟକ ପୁର୍ବରୁ ଓଡ଼ିଶାର ଲୋକପ୍ରିୟ କମେଡି ଷ୍ଟାର ଗୁଲୁୁଆ ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କୁ ହାସ୍ୟ ରସ ଯୋଗାଇଥିଲେ। ପରେ ପରେ ମେଲୋଡି କାର୍ଯ୍ୟକ୍ରମରେ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ଅଶିଳ ନୃତ୍ୟ ବାରଣ କରିଥିବା ବେଳେ ଗ୍ରାମାଞ୍ଚଳରେ କେବଳ ସମଲପୁରୀ ନୃତ୍ୟ ଓ କମେଡି ଗାଁ ଦର୍ଶକଙ୍କୁ ବେସ ଖୋରାକି ଯୋଗାଇଥିଲା। ଖଣ୍ଡଗିରିରେ ଅଶିଳ ନୃତ୍ୟ ବାରଣକୁ ଗ୍ରାମ୍ୟାଞ୍ଚଳ କଳାକାର ମାନେ ମଧ୍ୟ ବାରଣ କରିଥିଲା ବେଳେ ଦର୍ଶକ ମାନେ ମଧ୍ୟ ଅଶିଳ ନୃତ୍ୟକୁ ବର୍ଯନ କରିଛନ୍ତି।

Leave a Reply

Your email address will not be published. Required fields are marked *