ନିମାପଡା ଆଉ ଫେରିବନି ସମୀର ଭାଇନାଙ୍କ ଟିକେଟ

ଆଉ ନ ଫେରେ ସମୀରଙ୍କ ଟିକେଟ ? ଦିଲ୍ଲୀପ କଲେ ଶକ୍ତି ପ୍ରଦର୍ଶନ. ଆରମ୍ଭ କଲେ ନିର୍ବାଚନୀ ପ୍ରଚାର. ।ନିମାପଡ଼ା ଗୋପ ନିର୍ବାଚନ ମଣ୍ଡଳୀରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ଏପଟେ ଭାଇନା ସ୍ୱାଧୀନରେ ଠିଆ ହେବେ ବୋଲି ଭିଡିଓ ଭାଇରଲ ହେଉଛି। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସମୀର ଗୋଷ୍ଠୀ ଟିକେଟ ପରିବର୍ତ୍ତନର ଅପେକ୍ଷା କରିଥିବା ବେଳେ ଦଳର ସୁପ୍ରିମୋଙ୍କ ନିଷ୍ପତ୍ତି ବଦଳିବନି ବୋଲି ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ନିମାପଡା ନିର୍ବାଚନ ଦାୟିତ୍ୱରେ ଥିବା ସୁବ୍ରତ ଛାଟୋଇ ସ୍ପଷ୍ଟ କରି ଦେଇଛନ୍ତି। ତେବେ ସମୀରଙ୍କ ସମର୍ଥକଙ୍କୁ କଡା ଜବାବ ଦେଇ ସାଂସଦ ପ୍ରାର୍ଥୀନୀଙ୍କୁ ନେଇ ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ଆଜି ନିଜର ଶକ୍ତି ପ୍ରଦର୍ଶନ କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି।

20 ହଜାର ବାଇକ ରାଲି କରି ନିମାପଡା ହରିପୁର ଠାରୁ ନାଗପୁର ପର୍ଯ୍ୟନ୍ତ ରାସ୍ତା ଜାମ। ଏହି ବିଶାଳ ରାଲିରେ ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ ଯୋଗ ଦେଇ ଉତ୍ସାହିତ ହୋଇଥିବା ବେଳେ ନିମାପଡାରେ ଯୋଡି ଶଙ୍ଖକୁ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଥିଲେ।ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନିଅନ୍ତି ତାହା କେବେ ପରିବର୍ତ୍ତନ କରନ୍ତି ନାହିଁ, ସମୀର ବିରୋଧ କରି ସ୍ଵାଧୀନ ଲଢ଼ିଲେ କେତେ କାମ କରିବ ତାହା ସମୟ କହିବ । ନବୀନ ପଟ୍ଟନାୟକଙ୍କ ସପକ୍ଷରେ ନିମାପଡ଼ା ବାସୀ ଅଛନ୍ତି । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପରେ ଯେତେ ବିରୋଧ କଲେ ମଧ୍ୟ ପ୍ରଭାବ କିଛି ପଡିବ ନାହିଁ। ନିମାପଡାବାସୀ ବିପୁଳ ସଂଖ୍ୟାରେ ଯୋଡ଼ି ଶଙ୍ଖକୁ ଜିତାଇବେ ବୋଲି ଦିଲ୍ଲୀପ ନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *