ସମୀର ସେନା ର ପ୍ରମୁଖ ଗୁଣ୍ଡାବାହିନୀର ମୁଖ୍ୟ ସୋନୁ ଗିରଫ l

ଏକାଧିକ ମକଦମା ରେ ଜଡିତଥିବା ଯୁବକକୁ ଗୋପ ପୋଲିସ ଦ୍ଵାରା ଗିରଫ ଗୋପ :- 23/12/2024 ପୁରୀ ଜିଲ୍ଲାର ଅଧିନସ୍ତ ଗୋପ ଥାନା ଅନ୍ତର୍ଗତ ଗୋପ ପଞ୍ଚାୟତ ର ସୋରିଶିଆପଦା ଗ୍ରାମର ଏକ ଦଳିତ ଯୁବକ ଅଶୋକ ଦାସଙ୍କ ଟ୍ରାକ୍ଟର ର ଭଡା ମାଗିବାରୁ ରମୁଜୁ ନାମକ ଜଣେ ବ୍ୟକ୍ତି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସାହି ଆକ୍ରମଣ କରିଥିଲେ l ଟ୍ରାକ୍ଟର ଭଡା ନ ଦେଇ ଅସଭ୍ୟ ଭାଷାରେ ଗଳି ଗୁଲଜ କରିଥିବା ସଂଘବଧ ଭାବେ ଆକ୍ରମଣ କରାଯାଇଥିଲା l ଆକ୍ରମଣକାରୀ ବ୍ୟକ୍ତି ହେଲେ ଗୋପ ବଣିଆସାହି ର ସନ୍ତୋଷ ସାହୁ (ରମୁଜୁ ) ଓ ତାଙ୍କ ପୁଅ ଦେବାଶିଷ ସାହୁ ( ସୋନୁ ) ଯିଏ କୀ ବିଗତ 5 ବର୍ଷଧରି ଗୋପ ଅଞ୍ଚଳରେ ଅରାଜକତା କରିବା ସହିତ ଅପହରଣ ଆଦି ସଙ୍ଗିନୀ ଦଫା ଲାଗିଥିବା ଏକାଧିକ ମକଦମା ରେ ଜଡିତ l ଆଉ ତାଙ୍କ ସହଯୋଗୀ ଗୋପ ବସ୍ତିର ସେକ ଅନ୍ଦୀପ ସାହା ପୂର୍ବରୁ ହିନ୍ଧୁ ଯୁବତୀ ଙ୍କୁ ବ୍ଲାକ ମେଲିଙ୍ଗ ବିଜେପି ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଶିବ ପ୍ରସାଦ ସ୍ୱାଇଁ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ l ଅନ୍ୟ ସହଯୋଗୀ ବ୍ୟକ୍ତି ମାନେ ହେଲେ ସେହିଁ ଗ୍ରାମର ଦୁଇଜଣ ବ୍ୟକ୍ତି ମଧ୍ୟ ଅଶୋକ ଓ ତାଙ୍କ ପରିବାର ଙ୍କୁ ଆକ୍ରମଣ କରିଥିଲେ l ଯାହାଫଳରେ କୀ ଅଶୋକ ଦାସ ରମୁଜୁ, ସୋନୁ, ଅଦିପ, ଆଉ ସେହିଁ ଗ୍ରାମର ଦୁଇଜଣ ଅନ୍ୟ ସହଯୋଗୀ ଙ୍କ ନାମରେ ଗୋପ ଥାନାରେ ଅଭିଯୋଗ କରିଥିଲେ ଗତ ଫେବୃଆରୀ ମାସ 4 ତାରିଖ ରେ l ଏହି କେସ ର ଆଇ ଇ ଓ ଥିଲେ ନିମାପଡା ର ଏସ ଡ଼ି ପି ଓ ଙ୍କ ଦ୍ଵାରା ମକଦମା 54/2024 ରେ ରୁଜୁ ହୋଇଥିଲା l ସେହିଭଳି ଅନେକ କେସ ରେ ଉକ୍ତ ଅଭିଯୁକ୍ତ ମାନେ ଜଡିତ ଅଛନ୍ତି ସେମାଙ୍କର ମୁଖ୍ୟ କାର୍ଯ୍ୟ ହେଲା ଅପରାଧ କରିବା ଆଉ ଖୁଲୁମ ଖୁଲ୍ଲା ମୁକ୍ତ ଆକାଶ ତାଳେ ବୁଲିବା l ଯାହାର ପରିଣାମ ସରୂପ 23 ତାରିଖ ରେ ଦେବାଶିଷ ସାହୁ କୁ ଗୋପ ପୋଲିସ ଆରେଷ୍ଟ କରି ଜେଲ ହାଜତ କୁ ପଠାଇଛି l ସ୍ମରଣ ଥାଉ କୀ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ମନ୍ତ୍ରୀ ଥିବା ସମୟରେ ତାଙ୍କ ଅନୁଗାମୀ ଙ୍କ ଦ୍ଵାରା ନିମାପଡା ଓ ଗୋପ ଅଞ୍ଚଳ ରେ ଅଧିକାଂଶ ସମୟରେ ଅରାଜକତା ସୃଷ୍ଟି କରୁଥିଲେ l ରାଧା କୁ ଅପହରଣ କରିବା ହେଉ କୀ ବିଜେପି ଯୁବ ମୋର୍ଚ୍ଚା ର ଗୋପ ମଣ୍ଡଳ ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ ହେଉ ଅଥବା ଗୋପ କଲେଜ ରେ ଅରାଜକତା ସୃଷ୍ଟି କରିବା ହେଉ କୀ ଗଣମାଧ୍ୟମ ର ପ୍ରତିନିଧି ଙ୍କୁ ଆକ୍ରମଣ କରିବା ଆଦି ଏକାଧିକ ଘଟଣା ର ମୁଖ୍ୟ ଅଭିଯୁକ୍ତ ଥିବା ଯୁବକ ଙ୍କ ମଧ୍ୟରୁ ଗତ କାଲି ଦେବାଶିଷ ସାହୁ ଓରଫ ସୋନୁ କୁ ଗୋପ ପୋଲିସ ଗିରଫ କରି କୋର୍ଟ ଫରୱାଡ କରିବା ଘଟଣା ଏବେ ନିମାପଡା ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଧୁ ପାଲଟିଛି l

Leave a Reply

Your email address will not be published. Required fields are marked *