ସମର୍ପଣ
ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ଆୟୋଜିତ ‘“ସମର୍ପଣ’”ର ଉଦ୍ଯାପନୀ ଦିବସରେ
ମୀରା ଭଜନ ପରିବେଷଣ
ଭୁବନେଶ୍ୱର : ଭୁବନେଶ୍ଵର ମ୍ୟୁଜିକ ସର୍କଲ ପକ୍ଷରୁ ଆୟୋଜିତ ତିନିଦିନିଆ ଉତ୍ସବ “ସମର୍ପଣ”ର ତୃତୀୟ ଏବଂ ଉଦ୍ଯାପନୀ ଦିବସ ଭୁବନେଶ୍ୱରର ଡଃ. ପ୍ରିୟା କାନୁନ୍ଗୋଙ୍କ ଦ୍ୱାରା ମୀରା ଭଜନ ପରିବେଷଣ ସହ ଆରମ୍ଭ ହୋଇଥିଲା। ଉତ୍ସବର ଅନ୍ତିମ ଏବଂ ବିଶେଷ ପ୍ରସ୍ତୁତି ଥୁଲା “ଚାର୍ ୟାର୍’” ଯେଉଁଥ୍ରେ ଭିନ୍ନ ଭିନ୍ନ ଧର୍ମରୁ ଆସିଥିବା ବନ୍ଧୁମାନେ ସାମ୍ପ୍ରଦାୟିକ ପ୍ରେମ ଓ ଭାତୃତ୍ଵର ସଂଗୀତ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।
ଭଗବାନଙ୍କ ପ୍ରତି ଅପାର ଭକ୍ତି ଏବଂ ପ୍ରେମ ଭାବ ପାଇଁ ମୀରାଙ୍କୁ ଜଣେ ପରମ ଭକ୍ତ ଭାବେ ବିବେଚନା କରାଯାଏ । ତାଙ୍କ ନାମରେ ରଚିତ ଅନେକ ଭାବପୂର୍ଣ୍ଣ ଆତ୍ମସ୍ପର୍ଶୀ ଭଜନ ଡଃ. ପ୍ରିୟା କାନୁନ୍ଗୋ ଉପସ୍ଥାପନ କରିଥିଲେ। ଡଃ. କାନୁନ୍ଗେ ଗୋ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ହିନ୍ଦୁସ୍ତାନୀ ଭୋକାଲ ସଂଗୀତରେ ଏମ୍.ଏ., ଏମ୍.ଫିଲ୍ ଓ ପିଏଚ୍ଡି ଡିଗ୍ରି ହାସଲ କରିଥିବା ସହ ଅନେକ ପ୍ରଖ୍ୟାତ ଗୁରୁଙ୍କ ନିକଟରେ ସଂଗୀତ ଶିକ୍ଷା କରିଛନ୍ତି। ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଛାତ୍ର ବୃଦ୍ଧି ପ୍ରାପ୍ତ କରିଛନ୍ତି। ସେ ଡିଡି ଭାରତୀ ଚ୍ୟାନେଲର ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ସେ ଆମେରିକାର ୟୋଲ୍ ଓ ଅଶୋକା ବିଶ୍ଵବିଦ୍ୟାଳୟ ରେ ମଧ୍ଯ ଅଧ୍ୟୟନ କରିଛନ୍ତି । ସେ ବର୍ତ୍ତମାନ ହରିୟାଣାର ସୋନିପଥସ୍ଥିତ ଓ.ପି ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟିରେ ପରଫମିଂ ଆଟ୍ଟର ପ୍ରଫେସର ଭାବେ କାର୍ଯ୍ୟରତ। ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଏମ୍ପପ୍ୟାନେଲ୍ଫ ଶିଳ୍ପୀ ଅଟନ୍ତି। ଡଃ. କାନ୍ନ୍ଗୋ ଖୟାଲ, ଠୁମ୍ରୀ, ଭଜନ, ଗଜଲ ଏବଂ ଚଳଚ୍ଚିତ୍ର ସଂଗୀତ ଗାୟନ କରିଛନ୍ତି । ତାଙ୍କ ଟିମ୍ରେ ତାଙ୍କୁ ଭୀମସେନ୍ ପରିଡା ତବଲାରେ ଓ ଆକାଶ ରଞ୍ଜୀବ ବିଶ୍ଵାଳ ହାରମୋନିୟମ୍ରେ ସହଯୋଗ କରିଥିଲେ।
ଉତ୍ସବର ବିଶେଷ ପ୍ରସ୍ତୁତି ଥିଲା “ଚାର୍ ୟାର୍” । ଏଥିରେ ଡଃ. ମଦନ ଗୋପାଳ ସିଂ ଏବଂ ଅନ୍ୟ ସଦସ୍ୟମାନେ ସଦସ୍ୟ ନିଜମାନଙ୍କର ବିବିଧତାକୁ ଉତ୍ସବମୟ କରି ସାବଜନୀନ ପ୍ରେମ ଓ ଭ୍ରାତୃତ୍ଵର ବାର୍ତ୍ତା ପ୍ରସାର କରଥିଲେ। ଗତ ପଚିଶ ବର୍ଷ ଧରି ସେମାନେ ଭାରତ ଓ ବିଦେଶର ବିଭିନ୍ନ ମଞ୍ଚରେ ବ୍ୟାପକ ଭାବେ ସୁଫି ସଂଗୀତ ପ୍ରସ୍ତୁତ କରିଛନ୍ତି।
ତ୍ରୟୋଦଶରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସୁଫି କବିତା ସମ୍ପର୍କୀତ ସଂଗୀତର ବିସ୍ତୃତ ସଂଗ୍ରହ ସହିତ ମଦନ ଗୋ ଗୋପାଳ ସିଂଙ୍କ ଜ୍ଞାନ ଓ ଅଭିଜ୍ଞତା “ଚାର୍ ୟାର୍”ର ସଂଗୀତକୁ ସାର୍ବଜନୀନ ଭାବେ ଅର୍ଥପୂର୍ଣ ଏବଂ ଆକର୍ଷଣୀୟ କରିଛି। ସଂଗୀତ ଆସର ବ୍ୟତୀତ “ଚାର୍ ୟାର୍” ଭାରତର ବିଭିନ୍ନ ପ୍ରମୁଖ ସହର, ଟାଉନ୍ ଓ ଗ୍ରାମାଞ୍ଚଳରେ SPIC-MACAY ଅଧୀନରେ ଦେଶ ଓ ଦେଶ ବାହାରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ କର୍ମଶାଳାମାନ ଆୟୋଜନ କରିଅଛି। ସେମାନଙ୍କ ପ୍ରଥମ ଆଲ୍ବମ୍ ସଖିୟାର ଗୋଟିଏ ଟ୍ରାକ୍ ସମ୍ପ୍ରତି ପ୍ରସିଦ୍ଧ ୱେବ ସିରିଜ୍ କାତିଲ ହସିନୋ କେ ନାମରେ ବ୍ୟବହୃତ ହୋଇଥିଲା। “ଚାର୍ ୟାର୍”ରେ ମଦନ ଗୋପାଳ ସିଂ ଭୋକାଲିଷ୍ଟ ରୂପେ ଉପସ୍ଥାପନା କରିଥିବା ସହ ଦୀପକ କାଷ୍ଟେଲିନୋ ଗିଟାର ଓ ବଞ୍ଜୋ, ପ୍ରିତମ ଘୋଷାଲ ଶରଦ ଓ ଜନାବ ଅମ୍ଜାଦ୍ ଖାନ୍ ରିଦିମ୍ରେ ସହଯୋଗ କରିଥିଲେ।
